ବିଜେପି ଯୁବମୋର୍ଚ୍ଚା ତରଫରୁ ବିଧାୟକଙ୍କ କୁଶପୁତ୍ତଳିକା ଦାହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବିଧାୟକଙ୍କ ଏକାନ୍ତ ଅନୁଗାମୀ ଗୋଲେଖ ଚନ୍ଦ୍ର ପ୍ରତିହାରୀ ମହିଳା ମାନଙ୍କୁ ଋଣ ପ୍ରଦାନ ଏବଂ ସରକାରୀ ଚାକିରୀ କରେଇଦେବାର ମିଥ୍ୟା ପ୍ରତିଶୃତି ଦେଇ ବ୍ୟାପକ ଅର୍ଥ ଆତ୍ମସାତ କରିବା ଓ କେନ୍ଦ୍ରାପଡ଼ା ମୁନିସିପାଲିଟି ରେ ବ୍ୟାପକ ଅର୍ଥ ହେରଫେର କରିଥିବାର ଅଡିଟରେ ଜଣାପଡିବା ଏବଂ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା ତାଙ୍କୁ ଘଣ୍ଟ ଘୋଡାଉ ଥିବାରୁ ଏହାର ପ୍ରତିବାଦ କରି ବିଜେପି ନଗର ଯୁବମୋର୍ଚ୍ଚା ତରଫରୁ ସ୍ଥାନୀୟ ପୁରୁଣା ବସ ଷ୍ଟାଣ୍ଡ ଛକରେ ବିଧାୟକ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ l ଏଥି ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ଜଣାଇ ନାନା ସ୍ଲୋଗାନମାନ ଦେଇଥିଲେ l ନଗର ଯୁବମୋର୍ଚ୍ଚା ସଭାପତି ସନ୍ଦୀପନୀ ଆର୍ଯ୍ୟକୁମାର ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିନ୍ଦୁ ସାଗର ଦାସ, ନଗର ସଭାପତି ଦିଲ୍ଲୀପ ଦାସ, ଉମାକାନ୍ତ ନାୟକ, ନେହେରୁ ସାହୁ,ପ୍ରଦୀପ ନାୟକ, ସିଦ୍ଧାର୍ଥ ସିଂ, ସୁବାସ ସାହୁ, ପଦ୍ମଲୋଚନ ମହାପାତ୍ର, ମନୀନ୍ଦ୍ର ରାଉତ, ସିଲୁ ପ୍ରସାଦ ମହାରଣା, ଜିତେନ୍ଦ୍ର ମହାନ୍ତି, ରାମଚନ୍ଦ୍ର ସାହୁ, ସରୋଜ ମିଶ୍ର ପ୍ରମୁଖ ସାମିଲ ଥିଲେ l