ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତକାଲିର ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆଜି ଘୋଷଣା କରାଯାଇଛି ଯେ ଗଲୱାନ ଘାଟିରେ ସହିଦ ହୋଇଥିବା ଓଡ଼ିଆ ଯବନା ନନ୍ଦୁରାମ ସୋରେନଙ୍କୁ ତୃତୀୟ ୱାରଟାଇମ ବୀରତ୍ୱ ପଦକ ବୀର ଚକ୍ର ଏବଂ ଦେଶର ସୀମା ସୁରକ୍ଷା ପାଇଁ ଚାଇନାର ଯବାନଙ୍କ ସହ ସଂଘର୍ଷ ପାଇଁ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋୱ ବାବୁଙ୍କୁ ଭାରତ ସରକାର ଦେଶର ଦ୍ୱିତୀୟ ୱାରଟାଇମ ବୀରତ୍ୱ ପଦକ ମରଣୋତ୍ତର ମହାବାରୀ ଚକ୍ରରେ ସମ୍ମାନିତ କରିଛନ୍ତି। ନନ୍ଦୁରାମଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ। ନନ୍ଦୁରାମଙ୍କ ବ୍ୟତୀତ ହାବିଲଦର କେ ପଲାନି, ସିପା୍ରୀ ଗୁରତେଜ ସିଂହ, ହାବିଲଦାର ତେଜନ୍ଦର ସିଂହ, ଧଓ ନାଏକ ଦୀପକ ସିଂହଙ୍କୁ ମଧ୍ୟ ବୀର ଚକ୍ର ପଦକ ପାଇଁ ମନୋନୀତ କରାଯାଇଛି। କେବଳ ହାବିଲଦାର ତେଜନ୍ଦର ସିଂହଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ମରଣୋତ୍ତର ବୀର ଚକ୍ରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିବେ।
Prev Post