ଉତ୍କଳ ଦିବସଠାରୁ ସବୁ ନାମ ଫଳକରେ ଓଡ଼ିଆ ଲେଖା ବାଧ୍ୟତାମୂଳକ

ଖୋର୍ଦ୍ଧା(ଏସ୍ ନ୍ୟୁଜ): ଏପ୍ରିଲ୍ ୧ ତାରିଖରେ ସାରା ରାଜ୍ୟରେ ଉତ୍କଳ ଦିବସ ଭାବେ ପାଳିତ ହୋଇଥାଏ। ଉତ୍କଳ ଦିବସଠାରୁ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ଘରୋଇ କାର୍ଯ୍ୟାଳୟ ଏବଂ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ପ୍ରଥମେ ସଚେତନତା କରାଯିବ। ପରେ ଯେଉଁମାନେ ଏହାର ଖିଲାପ କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉତ୍କଳ ଦିବସ ଠାରୁ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟର ନାମଫଳକ ଓଡ଼ିଆରେ ଲେଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।