ଓଟିଭି ଚିଫ୍ ରିପୋର୍ଟର୍ ଅରିନ୍ଦମଙ୍କ ଦେହାନ୍ତ

 ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଓଟିଭି ଚିଫ୍ ରିପୋର୍ଟର୍ ଅରିନ୍ଦମଙ୍କ ଅକାଳ ବିୟୋଗ ଘଟିଛି । ଓଡ୍ରାଫ୍ ଟିମ୍ ବୋଟ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଛି । ଏନେଇ ଏସସିବି ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ମଙ୍ଗୁଳି ବ୍ୟାରେଜରେ ଫଶିଥିବା ହାତୀକୁ ଉଦ୍ଧାର କରିବାକୁ ଯାଉଥିବା ଓଡ୍ରାଫ ଟିମର ବୋଟ ପାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଉଦ୍ଧାରକାରୀ ଦଳ ସହ ଯାଇଥିବା କ୍ୟାମେରା ପର୍ସନଙ୍କ ସହ ରିପୋର୍ଟର ଅରିନ୍ଦମ ଦାସ ମଧ୍ୟ ପାଣି ସୁଅରେ ପଡିଯାଇଥିଲେ । ପ୍ରଥମେ କ୍ୟାମରୋପର୍ସନଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅରନ୍ଦମଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର କରାଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।