ପଞ୍ଚାୟତ ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟରେ ୭୩% ମତଦାନ

ଭୁବନେଶ୍ୱର: ଶେଷ ହେଲା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ପୂର୍ବ ୩ ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେ ସେତେଟା ବିଶୃଙ୍ଖଳା ଦେଖାଦେଇ ନଥିଲେ ବି କାଁ ଭାଁ ନିର୍ବାଚନୀ ହିଂସା ମଧ୍ୟରେ ଶେଷ ହୋଇଛି ମତଦାନ । ଚତୁର୍ଥ ପର୍ଯ୍ୟାୟରେ ୭୩% ମତଦାନ ହୋଇଛି। ଜିଲ୍ଲାପାଳମାନଙ୍କଠାରୁ ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।
ନଗଡ଼ାରେ ସର୍ବାଧିକ ୮୩% ମତଦାନ ହୋଇଛି । ଭୋଟବାକ୍ସକୁ ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତଭାବେ ରଖାଯାଇଛି । ଚତୁର୍ଥ ପର୍ଯ୍ୟାୟରେ ୨୭ ଜିଲ୍ଲାର ୬୪ ବ୍ଲକର ୧୬୩ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଛି। ୧୨୫୪ ପଞ୍ଚାୟତ ପ୍ରତିନିଧି ପାଇଁ ବି ନିଆଯାଇଛି ଭୋଟ୍‌ ।

ରାଜ୍ୟରେ ଝାରସୁଗୁଡ଼ା, ବୌଦ୍ଧ, ଦେବଗଡ଼ ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ୨୭ଟି ଜିଲ୍ଲାରେ ଆଜି ମତଦାନ ହୋଇଛି । ଏହିସବୁ ଜିଲ୍ଲାର ମୋଟ୍ ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ୧୨୫୪ଟି ଗ୍ରାମ ପଞ୍ଚାୟତରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କରାଯାଇଛି ।