୩ୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ୭୮.୬ ପ୍ରତିଶତ ମତଦାନ

ଭୁବନେଶ୍ୱର : ରବିବାର ୩ୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏଥର ୭୮.୬% ଲୋକ ମତଦାନ କରିଛନ୍ତି। ଗତ ନିର୍ବାଚନରେ ମତଦାନ ହାର ପର୍ଯ୍ୟାୟ ଅନୁଯାୟୀ ବଢ଼ିଥିବାବେଳେ ଆଗକୁ ବି ସେହି ଧାରା ବଜାୟ ରହିବାର ସମ୍ଭାବନା ଅଛି ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି।

୩ୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୭.୪୪% ମତଦାନ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସବୁଠୁ କମ୍ ୬୬.୭୫% ମତଦାନ ହୋଇଛି। ସେହିପରି ଅନୁଗୁଳରେ ୮୪.୨୪%, ବାଲେଶ୍ବରରେ ୭୪.୭୨%, ବଲାଙ୍ଗୀରରେ ୭୧.୮୩%, ବରଗଡ଼ରେ ୮୨.୬୩%, ଭଦ୍ରକରେ ୭୭%, ବୌଦ୍ଧରେ ୮୧.୩୧%, କଟକରେ ୭୯.୨୬%, ଦେବଗଡ଼ରେ ୭୯.୮%, ଢେଙ୍କାନାଳରେ ୮୦.୩୯%, ଗଜପତିରେ ୮୨.୭୨%, ଜଗତସିଂହପୁରରେ ୭୬%, ଯାଜପୁରରେ ୭୧ %, କଳାହାଣ୍ଡିରେ ୭୭.୫୯%, କନ୍ଧମାଳରେ ୮୧.୩୫%, କେନ୍ଦ୍ରାପଡ଼ାରେ ୭୨.୨୫%, କେନ୍ଦୁଝରରେ ୭୭.୮୯%, ଖୋର୍ଦ୍ଧାରେ ୭୬.୪୯%, କୋରାପୁଟରେ ୮୪.୭୮%, ମାଲକାନଗିରିରେ ୭୬.୬୩%, ମୟୂରଭଞ୍ଜରେ ୭୮.୫୩%, ନବରଙ୍ଗପୁରରେ ୮୬.୩୩%, ନୟାଗଡ଼ରେ ୭୮.୨%, ନୂଆପଡ଼ାରେ ୭୮.୨୪%, ପୁରୀରେ ୮୦.୧୨%, ରାୟଗଡ଼ାରେ ୭୯.୪୪%, ସମ୍ବଲପୁରରେ ୮୧.୦୭%, ସୁବର୍ଣ୍ଣପୁରରେ ୮୭.୪୪%, ସୁନ୍ଦରଗଡ଼ରେ ୭୫.୪୫% ମତଦାନ ହୋଇଛି।