ଇପିଏଫଓ ଆଣିପାରେ ନୂଆ ପେନସନ ସ୍କିମ୍ !

ନୂଆଦିଲ୍ଲୀ: ଇପିଏଫଓ ଆଣିପାରେ ନୂଆ ପେନସନ ସ୍କିମ୍‍। ଉପିଏଫଓ ନୂଆ ପେନସନ ସ୍କିମ୍‍ ଆଣିବା ନେଇ ବଚାର କରୁଥିବା ଜଣାପଡ଼ିଛି । ଏହି ସୁବିଧା କେବଳ ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ଲାଭ ପାଇପାରିବେ । ଯେଉଁ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କାରୁ ଅଧିକ ରହିଥିବ ସେମାନଙ୍କୁ ନେଇ ଇପିଏଫଓ ନୂଆ ପେନସନ ସ୍କିମ୍‍ ତିଆରି କରିବ । ଯେଉଁ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କା ଠାରୁ କମ୍‍ ରହିଥିବ ସେମାନଙ୍କ ପାଇଁ ମଧ୍ୟ ଇପିଏଫଓ କିଛି ବ୍ୟବସ୍ଥା କରିଛି । ସେମାନଙ୍କୁ ଏପିଏଫଓ ବାଧ୍ୟତାମୂଳକ ଭାବେ କର୍ମଚାରୀଙ୍କ ପେନସନ୍ ସ୍କିମ୍ ୧୯୯୫ (ଇପିଏସ୍-୯୫)ରେ ସାମିଲ କରାଯାଉଛି ।

ଆସନ୍ତା ମାର୍ଚ୍ଚ ମାସରେ ଇପିଏଫ୍ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ବସିବ । ଏହି ବୈଠକ ଗୌହାଟିରେ ମାର୍ଚ୍ଚ ୧୧ ଓ ୧୨ ତାରିଖରେ ବସିବ ବୋଲି ଜଣାପଡ଼ିଛି । ଏଥିରେ ଏହି ନୂତନ ପେନସନ ସ୍କିମକୁ ନେଇ ଆଲୋଚନା ହୋଇପାରେ । ଏହା ଦ୍ୱାରା ସଂଗଠିତ କ୍ଷେତ୍ରର ଆଉ ୫୦ ଲକ୍ଷ କର୍ମଚାରୀ ଉପକୃତ ହୋଇପାରିବେ ବୋଲି ଜଣାପଡ଼ିଛି ।