ପିପିଲି ବିଜେଡି ପର୍ଯ୍ୟବେକ୍ଷକ ହେଲେ ବିଧାୟକ ପ୍ରତାପ କେଶରୀ ଦେବ

ପିପିଲି,(ଏସ୍ ନ୍ୟୁଜ): ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପଦବୀ ଖାଲି ପଡିଛି | ପିପିଲି ଉପନିର୍ବାଚନ ପାଇଁ ଦଳମାନଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ପିପିଲି ଉପନିର୍ବାଚନ ପାଇଁ ସଜବାଜ ହେବାରେ ଲାଗିଛି ବିଜେଡି । ବିଜେଡି ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି । । ଖୁବଶୀଘ୍ର ପିପିଲି ଉପନିର୍ବାଚନର ତାରିଖ ପ୍ରକାଶ ପାଇବ ।