ପିପିଲି ଉପ-ନିର୍ବାଚନ: ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା

ପିପିଲି: ପିପିଲି ଉପନିର୍ବାଚନ ପାଇଁ କାଲିଠାରୁ ପ୍ରଚାର ସରିଛି । ଆସନ୍ତା ୩୦ ତାରିଖ ଅର୍ଥାତ ଗୁରୁବାର ଦିନ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପିପିଲିରେ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ଛୁଟି ଦିଆଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କ ସମେତ କୋର୍ଟର କର୍ମଚାରୀ ମଧ୍ୟ ଏହି ଦିନ ଛୁଟି ପାଇବେ । ଏନେଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।