ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ରଙ୍କ ପିତୃ ବିୟୋଗ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ରଙ୍କ ବାପା ସ୍ୱର୍ଗତ ରମେଶ ଚନ୍ଦ୍ର ମହାପାତ୍ର ଆଜି ଦିନ ୪ଘଟିକା ସମୟରେ ୭୭ ବର୍ଷ ବୟସରେ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଜଣେ ଅତ୍ୟନ୍ତ ପରୋପକାରୀ, ମିଷ୍ଠଭାଷୀ, ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ସ୍ଥାନୀୟ ଅଂଚଳରେ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟପାତ୍ର ଥିଲେ । ସେ ସେକ୍ସନ ଅଫିସର ଭାବେ ସରକାରୀ ଚାକିରୀରୁ ଅବସର ଗ୍ରହଣ ପରେ ଅନେକ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଗ୍ରାମ ବସନ୍ତପୁର, ପୋ- ନରଡ଼ା, ଥାନା- ପାଟକୁରା, ଜିଲ୍ଳା- କେନ୍ଦ୍ରାପଡ଼ାର ମୂଳ ବାସିନ୍ଦା ଥିଲେ ଏବଂ ଚାକିରୀରୁ ଅବସର ଗ୍ରହଣ କରିବା ପରେ ପୂରୁଣା ଭୁବନେଶ୍ୱର ସ୍ଥିତ ନିଜ ବାସଭବନରେ ରହୁଥିଲେ ।

ସ୍ୱର୍ଗତ ମହାପାତ୍ରଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ପ୍ରଦେଶ କଂଗ୍ରେସ ତରଫରୁ ସମସ୍ତେ ସମବେଦନା ଜଣାଇଛନ୍ତି ।