ବର୍ଷା ଅଭାବରୁ ରାଜ୍ୟରେ ଚାଷିକୂଳ ଚିନ୍ତିତ; ମାତ୍ର ରାଜ୍ୟ ସରକାର ନିଶ୍ଚିନ୍ତ

ମରୁଡିର ସଠିକ ଅର୍ଥ ବୁଝିବାର ସାମର୍ଥ୍ୟ ରାଜ୍ୟ ସରକାରଙ୍କର ନାହିଁ : ମନମୋହନ ସାମଲ

*କ୍ଷୁଦ୍ର / ମଧ୍ୟମ / ବୃହତ୍‌ ଜଳ ପ୍ରକଳ୍ପ / ଖ.ଓ. ଚକ୍ଟସଦ୍ଭଗ୍ଧ / ଉଷରରଳ ଊବଜ୍ଞ ଗୁଡିକ ଦୀର୍ଘ ଦଶନ୍ଧି ଧରି ଅଚଳ ହୋଇ ପଡିରହିଛି
*ବର୍ତମାନ ସୁଦ୍ଧା ମରୁଡି କ୍ଷତିଗ୍ରସ୍ତ ଅଂଚଳକୁ ଆରଆଇ ଠାରୁ ଆରମ୍ଭ କରି କଲେକ୍‌ଟର ପର୍ଯ୍ୟନ୍ତ କୈାଣସି ଅଧିକାରୀ ଯାଇନାହାନ୍ତି
*କେଉଁ ଆଧାରରେ ମରୁଡି କ୍ଷୟକ୍ଷତି ଆକଳନ କରାଯାଉଛି ଏବଂ କେଉଁ ତଥ୍ୟକୁ ଆଧାର କରି ରାଜ୍ୟ ସରକାର ମରୁଡି ମୁକାବିଲା ପାଇଁ ପ୍ରସ୍ତୁତି କରୁଛନ୍ତି
*ମରୁଡି ମୁକାବିଲା ପାଇଁ ରାଜ୍ୟ ସରକାର କିଛି ନକରି ସବୁ କିଛି କରାଯାଇଛି ବୋଲି କହିବା ଏକ ସାମାଜିକ ଅପରାଧ
*ମରୁଡି ଅଂଚଳ ଘୋଷଣା କରି ରିଲିଫ୍‌ କୋର୍ଡ ଅନୁଯାୟୀ ଏକ ସପ୍ତାହ ମଧ୍ୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ
*ଋଣଛାଡ ସହ ଆଗାମୀ ଫସଲ ପାଇଁ ଋଣ, ସାର, ବିହନ ଓ ଅନ୍ୟାନ୍ୟ କୃଷି ସମସ୍ୟା ପ୍ରସଙ୍ଗରେ ସହାୟତା ପ୍ରଦାନ କରିବାକୁ
*ଗ୍ରାମପଂଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ମରୁଡି ନିରାକରଣ ପାଇଁ ରାଜ୍ୟ ସରକାର ସର୍ବଦଳୀୟ କମିଟି ଗଠନ କରନ୍ତୁ
*ରାଜ୍ୟ ସରକାର ରାଜ୍ୟରେ ଜଳସେଚନର ବ୍ୟବସ୍ଥା କରୁନାହାଁନ୍ତି ଅଥଚ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାକୁ ଓଡିଶାରେ କାର୍ଯ୍ୟ କରିବାରେ ଆନ୍ତରିକତା ପ୍ରକାଶ କରୁନାହାଁନ୍ତି

ଭୁବନେଶ୍ୱର,(ଏସ୍ ନ୍ୟୁଜ୍)ତା.୦୭/୦୯: ମରୁଡିର ବ୍ୟାପକତା ଦୃଷ୍ଟିରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ, ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ବିଜେପିର ୪ଟି ଟିମ୍‌ ରାଜ୍ୟର ବିଭିନ୍ନ ୨୫୦ଟି ଅଂଚଳ ଗସ୍ତ କରି ମରୁଡି ପରିସ୍ଥିତିର ସରଜମିନ୍‌ ବାସ୍ତବ ସ୍ଥିତି ନିରୀକ୍ଷଣ କରିଥିଲେ । ବାସ୍ତବ ସ୍ଥିତି ନିରୀକ୍ଷଣ ପରେ ମରୁଡି ଅଂଚଳ ଗସ୍ତ କରିଥିବାସମସ୍ତ ୪ଟି ଟିମ୍‌ର ରିପୋର୍ଟ ରାଜ୍ୟ ସଭାପତିଙ୍କୁ ପ୍ରଦାନ କରାଯାଇ ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ।
ବର୍ଷା ଅଭାବରୁ ରାଜ୍ୟରେ ଚାଷିକୂଳ ଚିନ୍ତିତ; ମାତ୍ର ରାଜ୍ୟ ସରକାର ନିଶ୍ଚିନ୍ତ । ମୈାସୁମୀ ବର୍ଷା ଅଭାବରୁ ଧାନ ଗଛ ପୋଡି ହୋଇଯାଇଛି । ଜମି ଫାଟି ଅାଁ କରିଛି । ସମସ୍ତ ଅଂଚଳରେ ୧୦୦ପ୍ରତିଶତ ଧାନଜମି କ୍ଷତିଗ୍ରସ୍ତ ହୋଇଛି । ୯୦ ଦିନିଆ ଧାନ ଫସଲ ପାଇଁ ଗତ ୬୦/୭୦ ଦିନ ହେଲା ବର୍ଷା ନାହିଁ କି ବିକଳ୍ପ ବ୍ୟବସ୍ଥା ନାହିଁ । କ୍ଷୁଦ୍ର / ମଧ୍ୟମ / ବୃହତ୍‌ ଜଳ ପ୍ରକଳ୍ପ / ଖ.ଓ. ଚକ୍ଟସଦ୍ଭଗ୍ଧ/ ଉଷରରଳ ଊବଜ୍ଞଗୁଡିକ ଦୀର୍ଘ ଦଶନ୍ଧି ଧରି ଅଚଳ ହୋଇ ପଡିରହିଛି । ରାଜ୍ୟରେ ୨୦୦୭-୦୮ରୁ ଆରମ୍ଭ ହୋଇଥିବା ଗ.ଓ.ଚ. ଗୁଡିକ ଜମିଅଧିଗ୍ରହଣ ଆଳରେ ଅଂସପୂର୍ଣ୍ଣ ହୋଇ ପଡିରହିଥିବାର ପୂର୍ବତନ ରାଜସ୍ୱ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ ଅଭିଯୋଗ କରିଛନ୍ତି ।
ଅନାବୃଷ୍ଟି ଓ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ନୀରବତା, ଉଦାସୀନତା, ନିଷ୍କ୍ରିୟତା କାରଣରୁ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୭ଟି ଜିଲ୍ଲାରେ ବ୍ୟାପକ ମରୁଡି ପରିଲକ୍ଷିତ ହେବା ସହିତ ଚାଷୀକୂଳର ମେରୁଦଣ୍ଡ ଭାଙ୍ଗି ଦେଇଛି । ଅନ୍ୟ ପଟେ ମରୁଡିଜନିତ କ୍ଷତକ୍ଷତିର ଶିକାର ହୋଇ ବଲାଙ୍ଗୀର ଜିଲ୍ଲାର ତୁରେଇକେଲା ଏବଂ ପାଟଣାଗଡ ଅନ୍ତର୍ଗତ ଭାଲୁଝରି ଗ୍ରାମର ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ବର୍ତମାନର ମରୁଡି ସ୍ଥିତି ଗମ୍ଭୀର ବିଷୟ ହୋଇଥିବାବେଳେ ରାଜ୍ୟ ସରକାର ବର୍ତମାନ ସୁଦ୍ଧା ଏହାକୁ ଗମ୍ଭୀରତାର ସହ ନେଇନାହାନ୍ତି । ଗତ କାଲି ବିଧାନସଭା ଗୃହରେ ରାଜସ୍ୱ ମନ୍ତ୍ରୀଙ୍କ ବିବୃତିରୁ ଏହା ସ୍ପଷ୍ଟ ହୋଇଛି । ରାଜ୍ୟ ସରକାରଙ୍କ ବିଧାନସଭା ବିବୃତି ଧର୍ମକୁ ଆଖିଠାର । ବର୍ତମାନ ସୁଦ୍ଧା ମରୁଡି କ୍ଷତିଗ୍ରସ୍ତ ଅଂଚଳକୁ ଆରଆଇ ଠାରୁ ଆରମ୍ଭ କରି କଲେକ୍‌ଟର ପର୍ଯ୍ୟନ୍ତ କୈାଣସି ଅଧିକାରୀ ଯାଇନାହାନ୍ତି । ଏପରିକି ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନେ ମଧ୍ୟ ଯାଇନାହାନ୍ତି । କେଉଁ ଆଧାରରେ ମରୁଡି କ୍ଷୟକ୍ଷତି ଆକଳନ କରାଯାଉଛି ଏବଂ କେଉଁ ତଥ୍ୟକୁ ଆଧାର କରି ରାଜ୍ୟ ସରକାର ମରୁଡି ମୁକାବିଲା ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି ବିଧାନସଭାରେ ଉତର ଦେଇଛନ୍ତି ?ମରୁଡିର ସଠିକ ଅର୍ଥ ବୁଝିବାର ସାମର୍ଥ୍ୟ ରାଜ୍ୟ ସରକାରଙ୍କର ନାହିଁ ।ପ୍ରଥମେ ରାଜ୍ୟର ୩୫ ପ୍ରତିଶତ ଏବଂ ଗତ ସାଧାରଣ ନିର୍ବାଚନ ସମୟରେ ରାଜ୍ୟର ଦଶ ଲକ୍ଷ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଯାହାକି କେବଳ ଘୋଷଣାରେ ସୀମିତ ହୋଇ ରହିଯାଇଛି ।ମରୁଡି ମୁକାବିଲା ପାଇଁ ରାଜ୍ୟ ସରକାର କିଛି ନକରି ସବୁ କିଛି କରାଯାଇଛି ବୋଲି କହିବା ଏକ ସାମାଜିକ ଅପରାଧ ଏବଂ ଚାଷିକୂଳକୁ ଉପେକ୍ଷା ବୋଲି ଶ୍ରୀ ସାମଲ ବୋଲି ଶ୍ରୀ ସାମଲ କଟାକ୍ଷ କରି କହିଛନ୍ତି ।

ରାଜ୍ୟ ସରକାର ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧ କରି ତୁରନ୍ତ ସମସ୍ତ ମରୁଡିଗ୍ରସ୍ତ ଅଂଚଳକୁ ସମ୍ପୂର୍ଣ୍ଣ ମରୁଡି ଅଂଚଳ ଘୋଷଣା କରିରିଲିଫ୍‌ କୋର୍ଡ ଅନୁଯାୟୀ ଏକ ସପ୍ତାହ ମଧ୍ୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ।ଦୀର୍ଘ ଦଶନ୍ଧି ଧରି ପ୍ରସ୍ତାବିତ ସମସ୍ତ ଗ.ଓ.ଚ / ଗରୟସଙ୍କଜ୍ଞ / ଗରଶବ ଓକ୍ସକ୍ସସଶବଗ୍ଧସକ୍ଟଦ୍ଭ ଚକ୍ସକ୍ଟହରମଗ୍ଧକୁ ନିର୍ଦ୍ଧିଷ୍ଟ ସମୟସୀମା ଘୋଷଣା କରି ସମ୍ପୂର୍ଣ୍ଣ କରନ୍ତୁ । ସମସ୍ତ ଖ.ଓ. ଚକ୍ଟସଦ୍ଭଗ୍ଧକୁ ତୁରନ୍ତ ସଚଳ କରାଯାଉ । ଋଣଛାଡ ସହ ଆଗାମୀ ଫସଲ ପାଇଁ ଋଣ,ସାର, ବିହନ ଓ ଅନ୍ୟାନ୍ୟ କୃଷି ସମସ୍ୟା ପ୍ରସଙ୍ଗରେ ସହାୟତା ପ୍ରଦାନ କରିବାକୁ ଶ୍ରୀ ସାମଲ ଦାବୀ କରିଛନ୍ତି । ସେହିପରି ଗ୍ରାମପଂଚାୟତଠାରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ମରୁଡି ନିରାକରଣ ପାଇଁ ରାଜ୍ୟ ସରକାର ସର୍ବଦଳୀୟ କମିଟି ଗଠନ କରନ୍ତୁ । ସ୍କୁଲ ଓ କଲେଜ ପିଲାଙ୍କ ନାମଲେଖା ଏବଂ ସମସ୍ତ ଫିସ୍‌ ମରୁଡି ଅଂଚଳରେ ଛାଡ କରିବାକୁ ଶ୍ରୀ ସାମଲ ଦାବୀ ଜଣାଇଛନ୍ତି ।
ଆମେ ବିଭିନ୍ନ ଜିଲ୍ଲାକୁ ଗ୍ରସ୍ତ କରିଛୁ ଆସନ୍ତା ୧୧ ତାରିଖ ପଶ୍ଚିମ ଓଡିଶା ଚାଷୀ ଭାଇମାନେ ନବାନ୍ନ ଖାଇବେ । ସରକାରଙ୍କ ଅବହେଳା କାରଣରୁ ଯେଉଁ ସମୟରେ ଚାଷୀ ଏବଂ ଚାଷୀ ପରିବାର ଆନନ୍ଦ ଉଲ୍ଲାସ ହେବା କଥା ସେହି ସମୟରେ ଚାଷୀ ବିଲରେ କାନ୍ଦୁଛି । ଚାଷୀମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ନୀରବତା, ନିଷ୍କ୍ରିୟତା, ଉଦାସୀନତା ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ବୋଲି ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟ ବରିଷ୍ଠ ନେତା ଓ ରାଜ୍ୟ ମୁଖପାତ୍ର ଶ୍ରୀ ରମାରଂଜନ ବଳିୟାରସିଂହ ଅଭିଯୋଗ କରିଛନ୍ତି ।
ରାଜ୍ୟର ୨୭ଟି ଜିଲ୍ଲା ମରୁଡି କ୍ଷତିଗ୍ରସ୍ତ ହୋଇଥିଲାବେଳେ ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୧୪ଟି ଜିଲ୍ଲାର ୩୭୧୫ ଉଠାଜଳସେଚନ ପ୍ରକଳ୍ପରୁ ୧୦୮୨ଟି ଉଠାଜଳସେଚନ ପ୍ରକଳ୍ପ ଅଚଳ ଅଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ ବୋଲି କହିବା ସହ ଜଳସେଚନ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ ବା ନିର୍ଦ୍ଧିଷ୍ଟ ଯୋଜନା ନାହିଁ ବୋଲି ଶ୍ରୀ ରମାରଞ୍ଜନ ବଳିଆରସିଂ କହିଛନ୍ତି ।
ଶାସକ ବିଜେଡି ଦୀର୍ଘ ୨୧ ବର୍ଷ ଧରି ନିରଙ୍କୁଶ ଭାବେ ଶାସନ କ୍ଷମତାରେ ରହିବା ସତ୍ୱେ ଓଡିଶାରେ ଜଳସେଚନ ବ୍ୟବସ୍ଥାକୁ ଆଦୈା ସୁଦୃଢ କରିପାରିଲା ନାହିଁ । ୨୦୦୭-୦୮ ମସିହାରେ ଆରମ୍ଭ ହୋଇଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁଡିକ ମଧ୍ୟରୁ ପ୍ରାୟ ୧୬୮ଟି ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ଭାବରେ ଅଚଳ ହୋଇ ରହିଛି । ୨୦୧୮-୧୯ ମସିହା ପରେ ଜଳସେଚନ ପାଇଁ ସେଭଳି କିଛି ବ୍ୟବସ୍ଥା ନହୋଇଥିବା ରାଜ୍ୟ ସରକାର ସ୍ୱିକାର କରିଛନ୍ତି । ରାଜ୍ୟ ସରକାର ରାଜ୍ୟରେ ଜଳସେଚନର ବ୍ୟବସ୍ଥା କରୁନାହାଁନ୍ତି ଅଥଚ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାକୁ ଓଡିଶାରେ କାର୍ଯ୍ୟ କରିବାରେ ଆନ୍ତରିକତା ପ୍ରକାଶ କରୁନାହାଁନ୍ତି । କେନ୍ଦ୍ର ଏହି ଯୋଜନାରେ ସାରା ଦେଶରେ ୧.୩୪ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆନ୍ଧ୍ର ପ୍ରଦେଶ ୭.୪୩ଲକ୍ଷ ହେକ୍ଟର, କର୍ଣ୍ଣାଟକ ୯.୨୫ଲକ୍ଷ ହେକ୍ଟର, ତାମିଲନାଡୁ ୭.୧୧ଲକ୍ଷ ହେକ୍ଟର, ଗୁଜୁରାଟ ୭ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିପାରିଥିବା ବେଳେ ଓଡିଶାରେ ଏହି ଯୋଜନାରେ ୩୦ ହଜାର ହେକ୍ଟର ଚାଷଜମି ଜଳସେଚିତ ହେବା ଦୁର୍ଭାଗ୍ୟର କଥା । ସେହିପରି ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ନବମ କିସ୍ତି ଦେଶରେ ସମସ୍ତେ ପାଇବା ବେଳେ ଓଡିଶା ସରକାର କାଳିଆ ଯୋଜନା ଆଳରେ ଚାଷୀଙ୍କ ତାଲିକା ଦେଉନଥିବାରୁ ଚାଷୀ ଉକ୍ତ ସୁବିଧାରୁ ବଂଚିତ ହେଉଛନ୍ତି । ସାଧାରଣତଃ ଚାଷ ପାଇଁ ଋଣ ମଞ୍ଜୁରୀ ଏପ୍ରିଲ ୧ ରୁ ୩୧ ଜୁଲାଇ ମଧ୍ୟରେ ହୋଇଥିବା ବେଳେ ରାଜ୍ୟ ସରକାର କୃଷି ବିଭାଗର ରିଜୁଲେସନ ନଂ ୩୧୩୭/ ୨୫-୦୫-୧୯ ନିର୍ଦ୍ଧାରିତ ଋଣ ଆରମ୍ଭ ସମୟର ଦୁଇମାସ ପରେ ହୋଇଥିବା କାରଣରୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ପାଇଁ ସରକାରଙ୍କ ଆନ୍ତରିକତା କେତେ ତାହା ସ୍ପଷ୍ଟ ବାରି ହେଉଛିବୋଲି ଶ୍ରୀ ବଳିୟାରସିଂ କହିଛନ୍ତି । ଏହି ଅବସରରେ ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟ ତଥା ରାଜ୍ୟ ମୁଖପାତ୍ର ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ଉପସ୍ଥିତ ଥିଲେ ।