ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଙ୍କ ପ୍ରଚାର ଜୋରଦାର

ଜଗତସିଂହପୁର,(ସାକ୍‌ସୀ ନ୍ୟୁଜ୍‌): ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ତାଙ୍କର ସମର୍ଥକ ମାନଙ୍କ ସହିତ ଏକ ଶୋଭାଯାତ୍ରାରେ ଯାଇ ମା ଶାରଳାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହିତ ନିର୍ବାଚନ ମଣ୍ଡଳୀ ରେ ପ୍ରଚାର ଆରମ୍ଭ କରିଛନ୍ତି ।

ଏହାକୁ ନେଇ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଶାନ୍ତ କୁମାର ମୁଦୁଲି । ଆଗାମୀ ଦିନରେ ଜନସାଧାରଣ ଙ୍କ ସେବା କରିବି ବୋଲି ପ୍ରଶାନ୍ତ କୁମାର ମୁଦୁଲି କହିଛନ୍ତି ।

ସାଧାରଣ ନିର୍ବାଚନକୁ ଆଉ କମ ଦିନ ଥିବା ବେଳେ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବ ସେ ସମ୍ପର୍କରେ ଲୋକଙ୍କ ସହିତ ଆଲୋଚନା କରିବା ସହିତ ବିକାଶ ଧାରାରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।

ପରେ ମାଆ ଶାରଳାଙ୍କ ପୀଠରୁ ଆସି ଜଗତସିଂହପୁର ସ୍ଥିତ ଥାନା ଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସହରରେ ପଦଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଶତାଧିକ କର୍ମୀ ଓ ନେତା ଉପସ୍ଥିତ ଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ବିଜୟ ଲାଭ କରିବ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ।