କଂଗ୍ରେସ ବିଧାୟକ ଅସିତ ପଟ୍ଟନାୟକ ଙ୍କ ଶକ୍ତି ପ୍ରଦର୍ଶନ

ଭଦ୍ରକ,(ସାକ୍‌ସୀ ନ୍ୟୁଜ୍‌): କଂଗ୍ରେସ ରେ ଯୋଗ ଦେବା ପରେ ଭଦ୍ରକ ର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅସିତ ପଟ୍ଟନାୟକ ଶକ୍ତି ପ୍ରଦର୍ଶନ କରିଛନ୍ତି। ଅସିତ ପଟ୍ଟନାୟକ ଙ୍କ ସମେତ ୪ ହଜାର ସମର୍ଥକ ନୂଆ ବସଷ୍ଟାଣ୍ଡ ରୁ ବାହାରି କାଳୀ ମନ୍ଦିର ,ପୁରୁଣାବଜାର, ଶଙ୍କର ପୁର ନଙ୍ଗାମହଲା, ସନ୍ଥିଆ, କଦମ୍ବ ବେଡା, କଚେରୀ ଛକ ହୋଇ କଂଗ୍ରେସ ପାର୍ଟି ଅଫିସ ରେ ଯୋଗଦେଇଛନ୍ତି ।

ସେହିପରି, ଛଅ ସାତଦିନ ଦିନ ତଳେ ସେ ଭୂବନେଶ୍ବର ର କଂଗ୍ରେସ ଅଫିସ ରେ ବିଧିବଦ୍ଧ ଭାବେ କଂଗ୍ରେସ ର ପତକା ଧରି ଥିଲେ ପରେ ଆସି ପୁରୁଣାବଜାର ଅଞ୍ଚଳର ନିଜ ସଂଗଠନ ସହ କାର୍ଯ୍ୟା କରୁଥିଲେ, ବିଧିବଦ୍ଧ ଭାବରେ ନିଜ ସମର୍ଥକଙ୍କୁ ଧରି କଂଗ୍ରେସ ପାଟି କାର୍ଯ୍ୟଳୟ କୁ ଯାଇ, ପ୍ରଥମେ ସମର୍ଥକଙ୍କୁ ଧରି ବାଇକ ଶୋଭାଯାତ୍ରା କରି ନୂଆ ବସଷ୍ଟାଣ୍ଡ ରେ ପହଞ୍ଚି, ସେଠାରେ ଚାଲି ଚାଲି ଶ୍ରୀଯୁକ୍ତ ଅଶିତ ପଟ୍ଟନାୟକ ବିଶାଳ ରାଲି ପାଟି କାର୍ଯ୍ୟାଳୟରେ ପହଞ୍ଚିଥିଲା ।

ପାଟି ଅଫିସ ରେ ,ସାଂସଦ ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ,ନଳିନୀକାନ୍ତ ମହାନ୍ତି, ରାଜେନ୍ଦ୍ର ଜେନା ବହୁ କଂଗ୍ରେସ ସମର୍ଥକ ଉପସ୍ଥିତ ଥିଲେ ତାଙ୍କ ସମର୍ଥକ ଙ୍କୁ ସ୍ବାଗତ କରିଥିଲେ ,କିଛିଦିନ ପୂର୍ବ ରୁ ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସ ରେ ଯୋଗ ଦେଇଥିଲେ ।