୨୮ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ରାଜ୍ୟରେ ଆସନ୍ତା ୨୮ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି । ତେବେ ଏ ସମ୍ପର୍କରେ ବିଭାଗ ପକ୍ଷରୁ ଅଧିକ କିଛି ସୂଚନା ଦିଆଯାଇନାହିଁ । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ କୁହାଯାଇଛି ଯେ ଜୁଲାଇ ଶେଷ ସପ୍ତାହରେ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ପରେ ଆଉ କିଛି ସପ୍ତାହ ପର୍ୟ୍ୟନ୍ତ ଆଉ ଲଘୁଚାପ ହେବାର ସମ୍ଭାବନା ନାହିଁ । ଅନ୍ୟପକ୍ଷରେ ଦକ୍ଷିଣ ଚୀନ ସାଗର ଓ ଫିଲିପାଇନ୍ସ ସାଗରରେ ଦେଖାଦେଇଥିବା ଟାଇଫୁନ ଇନ-ଫାର ପ୍ରଭାବରୁ ଭାରତରେ ମୌସୁମୀ କିଛିଟା ପ୍ରଭାବିତ ହୋଇଛି ବୋଲି ସ୍କାଏମେଟ କହିଛି ।