ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଅଁରପାଳ, (ଏସ୍‌ ନ୍ୟୁଜ): କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଛି । ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଇଲାକା ଗିିରିଧିବାସିଆ ଗାଁ’ରେ ଏଭଳି ଘଟଣା ଆଲୋଡ଼ନ ଖେଳାଇ ଦେଇଛି । ମୃତ କଲେଜ ଛାତ୍ରୀ ହେଲେ ଗିରିଧିବାସିଆ ଗାଁର ପ୍ରଶାନ୍ତ କୁମାର ଭୋଇଙ୍କ ଝିଅ ମଧୁସ୍ମିତା(୨୧) । ସେ ଗାଁ’ ପାଖ ନାଳକୁ ଗାଧୋଇବାକୁ ଯାଇଥିବା ବେଳ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବତୀଙ୍କ ମୃତଦେହ ଜବତ କରିବା ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ମୃତ ଯୁବତୀଙ୍କ ବାପାଙ୍କ ଅଭିଯୋଗ ପରେ ପୁଲିସ୍‌ ୪ ଜଣ ଯୁବକଙ୍କୁ ଅଟକ ରଖି ଜେରା କରୁଛି ।