ନିୟମଗିରି ରେ ଭାରସାମ୍ୟ ହରାଇ ଓଲଟିଲା କମାଣ୍ଡର ୮ଜଣ ଡଙ୍ଗରିଆ ଆହତ

ରାୟଗଡା: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତର ନିୟମଗିରି ରେ ଭାରସାମ୍ୟ ହରାଇ ଓଲଟିବାରୁ ୮ଜଣ ଡ଼ଙ୍ଗରିଆ ମହିଳା ପୁରୁଷ ଆହତ ହୋଇ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି ।ଆଜି ସନ୍ଧ୍ୟା ରେ ନିୟମଗିରି ପାହାଡ ରେ ବସବାସ କରୁଥିବା ଡଙ୍ଗାମାଟି,ଲାଖପଦର ଓ ପଟାଙ୍ଗ ପଦର ଗାଁର ମହିଳା ପୁରୁଷ ମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଚାଉଳ ନେଇ ଏକ କମାଣ୍ଡରରେ ନିଜ ଗାଁକୁ ଯାଉଥିବା ବେଳେ ପାରସାଲି ନିକଟସ୍ଥ ଘାଟିରେ ଭାର ସାମ୍ୟ ହରାଇ ଓଲଟି ପଡିଥିଲା ।ଯାହାଫଳରେ ସେଥିରେ ବସିଥିବା ଡଙ୍ଗରିଆ ମହିଳା ପୁରୁଷ ମାନେ ସାମାନ୍ୟ ଆହତ ହୋଇଛନ୍ତି ।

ସେଥିରେ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା ସମେତ ଦଧି ସିକକା, ତେଲାଡି କାଡ୍ରାକା,ଡ୍ରିଞ୍ଚ ହୁଈକା, ଟେଣ୍ଟ ସିକକା, ମିଞ୍ଜଳୀ ୱାନ୍ଦାଲାକା, ମୁଣ୍ଡି ସିକକା, ଡେଙ୍ଗି ୱାନ୍ଦାଲାକା ପ୍ରମୁଖ ଆହତ ହୋଇ ପଡିରହିଥିଲେ ।ଏହି ଖବର ପାଇ ନିୟମଗିରି ଅଞ୍ଚଳର ଡଙ୍ଗରିଆ ଯୁବକ ମାନେ ଏକତ୍ରିତ ହୋଇ ଏକ ଅଟୋରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ଏଥିରେ ନିୟମ ଗିରି ସୁରକ୍ଷା ସମିତି ସଭାପତି ଲଦ ସିକକା ଙ୍କ ଗୋଡ଼ରେ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି ।