ସୁନ୍ଦରଗଡ଼ରେ ସଡ଼କ ଦୁର୍ଘଟଣା, ମହିଳାଙ୍କ ସମେତ ଦୁଇଜଣ ମୃତ
ସୁନ୍ଦରଗଡ଼: ଗୁରୁବାର ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକ ଅଂଚଳରେ ଗୋଟିଏ ସଡ଼କ ଦୁର୍ଘଟଣା ଘଟିବା ଫଳରେ ଜଣେ ମହିଳାଙ୍କ ସମେତ ଦୁଇଜଣ ପ୍ରାଣ ହରାଇଛନ୍ତି ।ପ୍ରାପ୍ତ ସୂଚନା ମୁତାବକ ଗୋଟିଏ ବାଇକରେ ଦୁଇଜଣ ମହିଳାଙ୍କୁ ବସାଇ ଜଣେ ବ୍ୟକ୍ତି ଲକଡେଗା ଅଂଚଳରୁ ଦର୍ଲିଢ଼ିପକୁ ଯାଉଥିବା ବାଟରେ ସୁରୁଗୁଡ଼ା
ନିକଟରେ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବାଇକ ଚାଳକ ଓ ଜଣେ ମହିଳା ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରେଲର ଟ୍ରକରେ ପିଟି ହୋଇ ଯାଇଥିଲେ ।ଘଟଣାସ୍ଥଳରେ ବାଇକ ଆରୋହୀ ଓ ଜଣେ ମହିଳା ପ୍ରାଣ ହରାଇଥିଲେ । ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲା । ଦୁଇଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା ।