ଓଡିଶା ରେ ସୁନା ଦର;ବୁଦ୍ଧିକୁ ନେଇ ଚିନ୍ତାରେ ଗ୍ରାହକ, ୭୨ ହଜାର

ଗୋଟିଏ ପଟେ ବିବାହ ସିଜନ ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ସୁନା ଦର ହୁ ହୁ ହୋଇ ବଢୁଛି। ଯାହାକୁ ନେଇ ଏବେ ସାଧାରଣ ପରିବାରର ଲୋକଟିଏ ଚିନ୍ତାରେ ଅଛନ୍ତି । କିଏ ଝିଅ ବାହାଘର କରିବା ପାଇଁ ତ ଆଉ କିଏ ବନ୍ଧୁବାନ୍ଧବଙ୍କୁ ସୁନା ଉପହାର ଦେବା ଯୋଜନାରେ ରହିଛନ୍ତି। କିନ୍ତୁ ଲଗାତାର ଦର ବୃଦ୍ଧି ଦେଖି ସୁନା କିଣିବାକୁ ସମସ୍ତେ ଭୟକରୁଛନ୍ତି ।

ତେବେ ,ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ମୂଲ୍ୟ ହଜାରେ ଟଙ୍କାରୁ ଅଧିକ ବୃଦ୍ଧି ପାଇ ରେକର୍ଡ ୬୭,୪୮୦ ଟଙ୍କା ଛୁଆଁଇଲା । ସେହିଭଳି ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା‌ ହଜାରେ ଟଙ୍କା ବଢ଼ି ୬୧,୮୦୦ ଟଙ୍କା ଛୁଆଁଇଲା। କେବଳ ସୁନା ନୁହେଁ ରୁପା ମୂଲ୍ୟ ମଧ୍ୟ ଆଜି କିଲୋଗ୍ରାମ ପିଛା ୧୫୦୦ ଟଙ୍କା ବୃଦ୍ଧି ଘଟିଛି

କେତେକ ପ୍ରମୁଖ ସୋ’ରୁମ୍‌ରେ ୮୧,୫୦୦ ଟଙ୍କା ଛୁଇଁଛି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ପରିବର୍ତନ, ରଖିଥିଲେ ମଧ୍ୟ ୨୦୨୪ରେ ୩ ଥର ସୁଧ ହାର ଘୋ‌ଷଣା ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି।