ମଧୁବାବୁ ପେନ୍‌ସନ୍‌ ରାଶିରେ ୫୦୦ ଟଙ୍କାର ବୃଦ୍ଧି

ଭୁବନେଶ୍ୱର: ମଧୁବାବୁ ପେନ୍‌ସନ୍‌ ଯୋଜନା ଅନ୍ତର୍ଭୂକ୍ତ ହିତାଧିକାରୀଙ୍କ ରାଶିରେ ଅତିରିକ୍ତ ୫୦୦ ଟଙ୍କା ବଢ଼ାଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଏହି ଯୋଜନାରେ ତିନୋଟି ପର୍ଯ୍ୟାୟର ହିତାଧିକାରୀମାନେ ୫୦୦, ୭୦୦ ଓ ୯୦୦ ଟଙ୍କା ପାଉଥିଲେ । ଏଣିକି ସେମାନେ ୧୦୦୦, ୧୨୦୦ ଓ ୧୪୦୦ ଟଙ୍କା ପାଇବାକୁ ହକଦାର ହେବେ ।  ଏଥିପାଇଁ ରାଜକୋଷରୁ ବାର୍ଷିକ ୩୬୮୩ କୋଟି ଟଙ୍କା ଖର୍ଚ୍ଚ ହେବ ।

ଆପଣମାନଙ୍କୁ ସ୍ପଷ୍ଟ ଜଣାଇ ଦିଆଯାଉଛି, ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କୁ ଯୋଗାଇ ଦିଆଯାଉଥିବା ପ୍ରତିଟି ଯୋଜନାର ସୁଫଳ ପାଇଁ କ୍ଷମତାସୀନ ବିଜେଡି ପାଣ୍ଠିରୁ ଟଙ୍କାଟିଏ ଖର୍ଚ୍ଚ କରାଯାଉନି । ଲୋକଙ୍କ କଲ୍ୟାଣ ପାଇଁ ରାଜକୋଷରୁ ସବୁ ଟଙ୍କା ଖର୍ଚ୍ଚ କରାଯାଉଛି; କ୍ଷମତାସୀନ ଦଳର ବିଧାୟକମାନଙ୍କ ମିଛ ବାହାଦୁରି କଥାରେ ଲୋକମାନେ ଭଳିଯିବା ଅନୁଚିତ । ନବୀନ ପଟ୍ଟନାୟକଙ୍କ ସ୍ଥାନରେ ଆଉ ଯିଏ ମୁଖ୍ୟମନ୍ତ୍ରୀ ହେବେ; ସେ ବରଂ ସରକାରଙ୍କ ପ୍ରଣୀତ ଯୋଜନାଗୁଡ଼ିକୁ ଆହୁରି ସଫଳତାର ସହିତ ପରିଚାଳନା କରିବେ ।

ଏଠାରେ ଜଣାଇ ଦିଆଯାଉଛି; ରାଜ୍ୟରେ ମଧୁବାବୁ ପେନ୍‌ସନ୍‌ ହିତାଧିକାରୀଙ୍କ ସଂଖ୍ୟା ୩୬ ଲକ୍ଷ ୭୫ ହଜାରକୁ ବୃଦ୍ଧି ପାଇଛି । ବିଶେଷ କରି ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଓଡ଼ିଶା ରାଜ୍ୟ ଏଡ୍‌ସ ସେଲ ଦ୍ୱାରା ଚିହ୍ନଟ ଏଡ୍‌ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର, କୋଭିଡ୍‌ କାରଣରୁ ବାପାମା’ଙ୍କୁ ହରାଇଥିବା ପିଲାଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରାଯାଉଛି ।