ମହାମାୟା ଉ.ପ୍ରା ବିଦ୍ୟାଳୟରେ ୧୧୨ତମ ବାର୍ଷିକ ଉତ୍ସବ ପାଳନ

କଟକ: ମହାମାୟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୧୨ତମ ବାର୍ଷିକ ଉତ୍ସବ ଶନିବାର ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁମିତ୍‌ ସେନ୍‌ ଅଧ୍ୟକ୍ଷତା କରିଥିଲେ ।

ଭାରତ ସ୍କାଉଟ୍ସ ଓ ଗାଇଡ୍ସର ରାଜ୍ୟ କମିଶନର ତଥା ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ବିଶ୍ୱଜିତ୍‌ ଘୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରି ତାଙ୍କ ବକ୍ତବ୍ୟରେ କହିଲେ, ଆଜିର ଛାତ୍ରଛାତ୍ରୀ କାଲିର ଭବିଷ୍ୟତ । ନିଜ ନିଜର କର୍ତବ୍ୟ ନିଷ୍ଠା ଓ ଅଧ୍ୟବସାୟ ବଜାୟ ରଖିପାରିଲେ ପିଲାମାନେ ଆଗାମୀ ଦିନରେ ଜଣେ ଜଣେ ଭଲ ମଣିଷ ହେବେ ।

ଉତ୍ସବରେ ମୁଖ୍ୟ ବକ୍ତାଭାବେ କଟକ ସଦର ମଣ୍ଡଳ ସହକାରୀ ଶିକ୍ଷା ଅଧିକାରିଣୀ କୁମୁଦିନୀ ଦାଶ, ସମ୍ମାନିତ ଅତିଥିଭାବେବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଶିବାଶିଷ ସୁର, ରାଉସାପାଟଣା କ୍ଲଷ୍ଟର ସିଆରସିସି ଶମସାଦ ବେଗମ୍‌ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ପୁରାତନ ଛାତ୍ର ତାରକନାଥ ସୁରଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ଶିକ୍ଷକ ମାନସ ରଂଜନ ପରିଡ଼ା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଜ୍ଞାନରଂଜନ ବେହେରା, ସୁଭ୍ରାନ୍ତ ଦାସ, ଶିକ୍ଷୟିତ୍ରୀ ମୈତ୍ରୀ ସାହୁ, ଇତିଶ୍ରୀ ବେହେରା, ମମତା ମୁଦୁଲି, ସାଇରା ବେଗମ୍‌ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ବରିଷ୍ଠ ଆଇନଜୀବୀ ଗୌତମ ମୁଖାର୍ଜୀ, ସୋମନାଥ ରାୟ, ସାତ୍ୱକୀ ଘୋଷ, ବିଶ୍ୱଜିତ୍‌ ସୁର, ତାପସ ଚକ୍ରବର୍ତୀ, ଆଭାରାଣୀ ବୋଷ, ଶୋଭା ପାଲିତ, ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ।

ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶ କରିଥିଲେ । ଏହି ଅବସରରେ କଟକ ଜୁଡେ଼ା ସ୍କୁଲର ଛାତ୍ରଛାତ୍ରୀମାନେ ତାଙ୍କର ଆତ୍ମାରକ୍ଷା ରଣକୌଶଳ କଳା ପ୍ରଦର୍ଶନ କରିଥିଲେ ।ଶେଷରେ ଶିକ୍ଷୟିତ୍ରୀ ସୋନାଲିସା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।