ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ

ଜରାଜନଗର ଉପନିର୍ବାଚନ  ପାଇଁ ଜମିବ ପ୍ରଚାର। ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ…

ସମ୍ବଲପୁର: ବ୍ରଜରାଜନଗର ଉପନିର୍ବାଚନ  ପାଇଁ ଜମିବ ପ୍ରଚାର। ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ।  ଏହାପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ବିଜେଡିରୁ ଅଳକା ମହାନ୍ତି, ବିଜେପିରୁ ରାଧାରାଣୀ ପଣ୍ଡା ଓ  କଂଗ୍ରେସ ପକ୍ଷରୁ କିଶୋର ପଟେଲ ନାମାଙ୍କନ ଦାଖଲ କରିଛନ୍ତି।  ଏହି ତିନି ପ୍ରମୁଖ ପ୍ରାର୍ଥୀଙ୍କ ବ୍ୟତିତ ମୋଟ୍ ୧୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମେ’ ୩୧ରେ ହେବ ବ୍ରଜରାଜନଗର ପାଇଁ ବାଇ-ଇଲେକସନ୍।  ମେ’ ୩୧ରେ ଭୋଟ ଗ୍ରହଣ କରାଯାଇ ଜୁନ୍ ୩ ତାରିଖରେ ଗଣତି ହେବ। ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଏହି ଆସନ।