ଭୁବନେଶ୍ୱର(ଏସ୍ ନ୍ୟୁଜ): ପୁରୀ ବଗଲା ଧର୍ମଶାଳା ଜମି ବିକ୍ରିରେ ଅନିୟମିତତା ଅଭିଯୋଗ ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପୂର୍ବକ ଜଗନ୍ନାଥଙ୍କ ଖାତାକୁ ଜମି ଫେରାଇ ଆଣିବାକୁ ସେ ପିଟିସନ ଜରିଆରେ ଦାବି କରିଛନ୍ତି।
ଏପଟେ ଆଜି ଜମି ବିକ୍ରି ମାମଲାରେ ହାଇକୋର୍ଟଙ୍କ ନିକଟରେ ଜବାବ ଦାଖଲ କରିଛନ୍ତି ପୁରୀ ତହସିଲଦାର ଏବଂ ଶ୍ରୀମନ୍ଦିର ପ୍ରଶାସନ। ବଗଲା ଜମି ସରକାରଙ୍କ ଅଧିନରେ ଥିବା ସେମାନେ ଜଣାଇଛନ୍ତି ଏବଂ ଏହାର ନବୀକରଣ ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କଥା କହିଛନ୍ତି। ତେବେ ସମାନ ଜବାବ ସତ୍ୟପାଠ ଆଧାରରେ ଦାଖଲ କରିବାକୁ ଆଡ଼ଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ସେହିପରି ମାମଲାରେ ପକ୍ଷଭୁକ୍ତ ଥିବା ଅନ୍ୟାନ୍ୟ ପ୍ରତିପକ୍ଷ ଏବଂ ଆବେଦନକାରୀ ଜଗନ୍ନାଥ ବସ୍ତିଆଙ୍କୁ ମଧ୍ୟ ସମାନ ଜବାବ ଦାଖଲ କରିବାକୁ କୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ।