ଦୁର୍ଗା ସାଜିବାରୁ ନୁସରତଙ୍କୁ ହତ୍ୟା ଧମକ

ଲଣ୍ଡନ: ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜାହାଁଙ୍କୁ ହତ୍ୟା ଧମକ ମିଳିଛି। ଜଣେ ମୁସଲିମ୍ ମହିଳା ହୋଇ ସେ ହିନ୍ଦୁ ଦେବୀ ମହିଷା ମର୍ଦ୍ଦିନୀ ଦୁର୍ଗା ଭୂମିକାରେ ନଜର ଆସିବାକୁ ବହୁ କଠୋରପନ୍ଥୀ ବିରୋଧ କରିଛନ୍ତି। ଏନେଇ ନୁସରତ ଉଭୟ ପଶ୍ଚିମବଙ୍ଗ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ସୁରକ୍ଷା ଲୋଡ଼ିଛନ୍ତି।

TMC MP Nusrat Jahan hariyali teej photos viral Archives - Grihshobha

ସୂଚନାଯୋଗ୍ୟ ଯେ, ୩୦ ବର୍ଷୀୟ ନୁସରତ ବର୍ତ୍ତମାନ ଲଣ୍ଡନରେ ଚଳଚ୍ଚିତ୍ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିଜର ୨୩ ତମ ସିନେମାରେ ସେ ଦେବୀ ଦୁର୍ଗାଙ୍କ ଭୂମିକାରେ ନଜର ଆସୁଛନ୍ତି। ମହାଳୟା ଦିନ ସେ ଏହି ଫଟୋଟି ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ସେୟାର କରିଥିଲେ। ପରେ ସୁଟିଂ ବେଳର ଭିଡିଓ ମଧ୍ୟ ନିଜ ପ୍ରଂଶସକଙ୍କ ପାଇଁ ପୋଷ୍ଟ କରିଥିଲେ। ହେଲେ ଏହାକୁ କିଛି ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି। ଯେଉଁଥିପାଇଁ ତାଙ୍କୁ ସୋସିଆଲ୍ ମିଡ଼ିଆରେ ହତ୍ୟା ଧମକ ମିଳିଛି।

‘ତୁମର ମରିବା ସମୟ ଶେଷରେ ଆସିଯାଇଛି। ଆଲ୍ଲାଙ୍କୁ ଭୟ କର। ତୁମେ ତମ ଶରୀରକୁ ଘୋଡ଼ାଇ ରଖିପାରୁନ? ଛି…ଛି…ଛି…’ ଜଣେ ସୋସିଆଲ୍ ମିଡ଼ିଆ ବ୍ୟବହାରକାରୀ ଏଭଳି ଲେଖିଛନ୍ତି। ଆହୁରି ଅନେକ ମଧ୍ୟ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। ତେବେ ନୁସରତ ଏପର୍ଯ୍ୟନ୍ତ ଏନେଇ ପୋଲିସ ନିକଟରେ ଅଭିଯୋଗ ଲେଖାଇ ନାହାନ୍ତି। ଇତିମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସଙ୍କ ଜରିଆରେ ତାଙ୍କ ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଉଛି ବୋଲି ନୁସରତଙ୍କ ଜଣେ ନିକଟତମ ସହଯୋଗୀ ଜଣାଇଛନ୍ତି।

Nusrat Jahan defaming Islam; should change name and religion' - The  Financial Express

ଜଣାଇ ଦେଉଛୁ ଯେ, ଅଭିନେତ୍ରୀ ନୁସରତ ଜାହାଁ ଜଣେ ହିନ୍ଦୁ ବ୍ୟବସାୟୀ ନିଖିଲ ଜୈନଙ୍କୁ ୨୦୧୮ରେ ବିବାହ କରିଛନ୍ତି। ତା ପରଠୁ ସେ ହିନ୍ଦୁ ରୀତିନୀତି ଆଧାରରେ ମୁଣ୍ଡରେ ସିନ୍ଦୁର ଏବଂ ହାତରେ ଶଙ୍ଖା ପିନ୍ଧୁଛନ୍ତି। ତୃଣମୂଳ କଂଗ୍ରେସ ଟିକେଟରୁ ସେ ଲୋକସଭାକୁ ୨୦୧୯ରେ ପ୍ରଥମ କରି ନିର୍ବାଚିତ ହୋଇଥିବା ବେଳେ ତାଙ୍କର ଧର୍ମନିରପେକ୍ଷତା ଅନ୍ତର୍ଭୂକ୍ତ ଦୃଷ୍ଟିକୋଣ ରହିଆସିଛି।