ସମ୍ବଲପୁର ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତି ସଞ୍ଜୀବ ମିତ୍ତଲ

ସମ୍ବଲପୁର(ଏସ୍ ନ୍ୟୁଜ): ସଞ୍ଜୀବ ମିତ୍ତଲଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତେବେ ସଞ୍ଜୀବ ମିତ୍ତଲ ୪ ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଥିବା ଜଣାପଡ଼ିଛି । ସଂପ୍ରତି ସେ ଦିଲ୍ଲୀର ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି ।