ଭୁବନେଶ୍ୱର ଜିଲ୍ଳା କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର ତା. ୧୯.୪: ଭାରତବର୍ଷର ଗଣତନ୍ତ୍ର ଏଇ ମାତ୍ର ୯ଟି ବର୍ଷ ଭିତରେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି । ଗଣତନ୍ତ୍ର, ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଏପରିକି ସଂସଦୀୟ ପରମ୍ପରା ସବୁକିଛି ଆଜି ନିମ୍ନାଭିମୁଖି । କେନ୍ଦ୍ରରେ ବିଜେପି ସରକାର ଭାରତବର୍ଷର ଗଣତନ୍ତ୍ରକୁ ନିଜ କାର୍ଯ୍ୟଧାରା ମାଧ୍ୟମରେ ଦୁର୍ବଳରୁ ଦୁର୍ବଳତର କରିବାରେ ଲାଗିଛନ୍ତି । ଏପରିକି ଭାରତବର୍ଷର ସମସ୍ତ ନିରପେକ୍ଷ ଅନୁଷ୍ଠାନ ଯଥା ସିବିଆଇ, ଇଡି ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକକୁ କେବଳ ବିରୋଧିମାନଙ୍କୁ ହଇରାଣ ହରକତ କରିବା ସେମାନଙ୍କୁ ଦୁର୍ବଳ କରିଦେବା ପାଇଁ ବ୍ୟବହାର କରାଯାଉଛି । ଏହାଦ୍ୱାରା ଗଣତନ୍ତ୍ରର ମୂଳ ଉତ୍ସ ବିରୋଧିର ସ୍ୱରକୁ ସଂପୂର୍ଣ୍ଣରୂପେ ବନ୍ଦ କରି ଦିଆଯାଉଛି । ଭାରତବର୍ଷର ବିଚାରଳାୟ ଯାହା ହାତରେ ଗଣତନ୍ତ୍ରର ସୁରକ୍ଷାର ଦାୟୀତ୍ୱ ରହିଛି । ଆଜି କିନ୍ତୁ କେନ୍ଦ୍ର ବିଜେପି ସରକାର ବିଚାରାଳୟକୁଅତ୍ୟନ୍ତ ଦୁର୍ବଳ କରିବା ସହିତ ସରକାରୀ ଦଳର ସ୍ୱର ସହିତ ସ୍ୱର ମିଶାଇବା ପାଇଁ ବାଧ୍ୟ କରାଯାଉଛି । ଏହାଦ୍ୱାରା ଆସନ୍ତା ଦିନର ଭାରତବର୍ଷର ରୂପରେଖ କିଭଳି ହେବ ଏବଂ ତାହା ନିର୍ଦ୍ଦିଷ୍ଟ ଏକ ଚିନ୍ତାଧାରାର ଆଜେଣ୍ଡାକୁ ଆଗେଇ ନେବାପାଇଁ କେନ୍ଦ୍ର ବିଜେପି ସରକାର ଅହରହ ଉଦ୍ୟମ କରୁଛନ୍ତି ।

ଏପରିକି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ରାହୁଲ ଗାନ୍ଧୀ ବାରମ୍ବାର ସରକାରଙ୍କରହି ମନ୍ଦ ଉଦ୍ଦେଶ୍ୟ ବିରୋଧରେ ସ୍ୱର ଉତୋଳନ କରିଆସୁଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ବନ୍ଧୁ ଆଦାନୀ ଗ୍ରୁଫ ଅଫ କମ୍ପାନୀକୁ ଭାରତ ବର୍ଷର ସସସ୍ତ ଜାତୀୟ ସଂପତି ଗୋଟେ ପରେ ଗୋଟେ ଟେକି ଦିଆଯାଉଛି ଏବଂ ଆଦାନୀ ପରିବାର ଦ୍ୱାରା ପରିଚାଳିତ ବିଦେଶରେ ଥିବା ଠକ କମ୍ପାନୀ ମାନଙ୍କ ମାଧ୍ୟମରେ କିଭଳି ୨୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି ଏବଂଏହି ଟଙ୍କା କାହାର ବୋଲି ଶ୍ରୀ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳର ନେତୃବର୍ଗ ସଂସଦ ଭିତରେ ଏବଂ ସଂସଦ ବାହାରେ ପ୍ରଶ୍ନ ଉତ୍‌ଥାପନ କରିବା ଯୋଗୁଁ କେନ୍ଦ୍ର ବିଜେପି ସରକାର ସଂସଦକୁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ କରିଦେଇଛନ୍ତି ଏବଂ ଏକ ନିର୍ବାଚନୀ ସଭାର ଭାଷଣକୁ ନେଇ ତାଙ୍କର ସଭ୍ୟପଦ ରୁଦ୍ଧ କରିବା ସହିତ ତତ୍‌କ୍ଷଣାତ ତାଙ୍କୁ ତାଙ୍କ ଘରଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କଂଗ୍ରେସ ଦଳ ଏଥିରେ ଭୟଭିତ ନୁହେଁ । ଏହି ସମସ୍ତ ଘଟଣାକୁ ନେଇ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ସଭାପତିତ୍ୱରେ ଆଜି

ଭ ବନେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ “ଜୟ ଭାରତ ସତ୍ୟାଗ୍ରହ” ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ମନ୍ତ୍ରୀ ଏବଂ ବରିଷ୍ଠ ନେତା ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ପର୍ଯ୍ୟବେକ୍ଷକ ହିସାବରେ ଅଂଶଗ୍ରହଣ କରିଥିଲେ ଶ୍ରୀ ହରିଚନ୍ଦନ କେନ୍ଦ୍ର ସରକାରଙ୍କର ଦେଶବିରୋଧି, ସମ୍ବିଧାନ ବିରୋଧି ଓ ଗଣତନ୍ତ୍ର ବିରୋଧି କାର୍ଯ୍ୟକଳାପକୁ ଘୋର ନିନ୍ଦା କରିବା ସହିତ ତିରସ୍କାର କରିଥିଲେ । ଏହି

ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା, ସୁଜିତ ପ୍ରଧାନ, ସାଧାରଣ ସଂପାଦକ ସମାଜବାଦୀ ପାର୍ଟି, କିଶୋର ଜେନା, ମନୋରଞ୍ଜନ ଦାଶ, ନବଜ୍ୟୋତି
ପଟ୍ଟନାୟକ, ସାମାଜିକ କର୍ମୀ ଦେବୀ ପୃଷ୍ଟି, ଜାନକୀ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ତରୁଣ ମିଶ୍ର, ରସିକ ପଟ୍ଟନାୟକ, ଅଶୋକ ଦାସ, ଆଶିଷ ମଲ୍ଲିକ, ପ୍ରଶନ୍ନ ନାୟକ, ରାଜକିଶୋର
ବାରିକ, ଗୀତାଞ୍ଜଳି ମହାନ୍ତି, ରଶ୍ମି ମହାପାତ୍ର, କୁସୁମ ପ୍ରଧାନ, ମିନତୀ ସାହୁ, ମାମିନା ବେହେରା, ଚୈତଳା ପଟ୍ଟନାୟକ, ମଧୁମିତା ଆଚାର୍ଯ୍ୟ, ପ୍ରଦୀପ ମହାପାତ୍ର, ଆଲୋକ ମହାନ୍ତି, ପ୍ରଭାତ ପ୍ରତାପ ସିଂ, ଅମିୟ ପାଣ୍ଡବ, ପ୍ରକାଶ ମିଶ୍ର, ଅକ୍ଷୟ ଦାସ, ଶ୍ରୀଧର ବଳିଆରସିଂ, ବ୍ରହ୍ମାନନ୍ଦ ସାହୁ, ସୁବ୍ରତ ସେନାପତି, ଅନୁୱର ଖାନ, ଉଦିତ ପ୍ରଧାନ, ସାଗର ପରିଡ଼ା, ସୁଶାନ୍ତ ତ୍ରିପାଠୀ, ସମୀର କୁମାର ରାଉତ, ସୌମେନ୍ଦ୍ର ମହାନ୍ତି, ମଂଟୁ ମଲ୍ଲିକ, ସ୍ପନ୍ଦନ ସ୍ୱାଇଁ, ଖଗେଶ୍ୱର ମଲ୍ଲିକ, ସୁରଜ ରାଉତ, ଅନିଲ କୁମାର ଦାସ, ମାନସ ସେଠୀ, ଜିତେନ୍ଦ୍ର ବିଶ୍ୱାଳ, କୁଳମଣି ସାହୁ, ରଞ୍ଜିତ ସେନାପତି, ଏସ୍‌କେ ତାକୱିନ, ଏମଡି ସାହାଦୁଲ୍ଲା, ରଞ୍ଜନ କୁମାର ଭୋଇ, ବସନ୍ତ ପଣ୍ଡା ପ୍ରମୁଖ
ଅଂଶଗ୍ରହଣ କରିଥିଲେ ।