ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶର ସ୍ତମ୍ଭ । ସାଧାରଣ ଲୋକଙ୍କ ସୁବିଧା ଏବଂ ସୁଯୋଗକୁ ଦୃଷ୍ଟିରେ ରଖି ସ୍ଥାୟୀ ପରିବର୍ତ୍ତନ ଆଣିବା ପାଇଁ ବିଜ୍ଞାନର ବ୍ୟବହାର କରାଯିବା ଉଚିତ । ତେଣୁ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରମୁଖ ଅଗ୍ରଗତି ସହିତ ତୃଣମୂଳ ସ୍ତରରେ ଗବେଷଣା କରି ଆମ ରାଜ୍ୟକୁ ଅର୍ଥନୈତିକ ଏବଂ ପ୍ରଗତିରେ ଆଗୁଆ ନେବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ।
‘ବୈଜ୍ଞାନିକ ପ୍ରୋତ୍ସାହନ ଏବଂ ପୁରସ୍କାର ପ୍ରଦାନ ସମାରୋହ – ୨୦୨୫’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ବିଜ୍ଞାନ ଏବଂ ପ୍ରଯୁକ୍ତିର ଉନ୍ନତି ସହିତ, ବିକାଶର ଗତିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆମକୁ କୃଷି, ସ୍ୱାସ୍ଥ୍ୟ, ଶକ୍ତି, ଶିକ୍ଷା ଏବଂ ପରିବେଶରେ ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଉପରେ ଧ୍ୟାନ ଦେବାକୁ ପଡିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି, ବୈଜ୍ଞାନିକଙ୍କ ପ୍ରୟାସ ହିଁ ଆମକୁ ସଫଳ କରିବ ।