ଜାନୁଆରୀ ଶେଷରୁ ଟାଣ ଖରା, ଭୁବନେଶ୍ୱରରେ ୩୪ ଟପିଲା ତାପମାତ୍ରା ।

ଦିନ ସମୟରେ ପ୍ରବଳ ଖରା ଓ ତାତି ଗ୍ରୀଷ୍ମର ଭ୍ରମ ସୃଷ୍ଟି …

ମାଘରେ ମାଡ଼ଲାଣି ଟାଣ ଖରା । ମାଘରେ ବାଘ ଭଳିଆ ଶୀତ ଅନୁଭୂତ ହେବା କଥା । ହେଲେ ଦିନର ଖରା ଜଳାଉଛି । ଦିନ ସମୟରେ ପ୍ରବଳ ଖରା ଓ ତାତି ଗ୍ରୀଷ୍ମର ଭ୍ରମ ସୃଷ୍ଟି କରୁଛି । ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହୁଛି । ଆଜି ୩୪ .୨ ଡିଗ୍ରୀ ସହ ଭୁବନେଶ୍ୱର ଉତପ୍ତ ସହର ପାଲଟିଛି । ଏହା ପଛକୁ ୩୩ ଡିଗ୍ରୀ ସହ ଅନୁଗୁଳ ଏବଂ ବଲାଙ୍ଗୀର, ଝାରସୁଗୁଡା ରହିଛି ।
ଭୁବନେଶ୍ୱର: ୩୪. ୨ ଡିଗ୍ରୀ 
ସମ୍ବଲପୁର: ୩୩.୯ ଡିଗ୍ରୀ 
ବାଲେଶ୍ୱର: ୩୩.୮ ଡିଗ୍ରୀ 
ଅନୁଗୁଳ: ୩୩.୭ ଡିଗ୍ରୀ 
ବଲାଙ୍ଗୀର: ୩୩.୪ ଡିଗ୍ରୀ 
ଝାରସୁଗୁଡା: ୩୩. ୨ ଡିଗ୍ରୀ 
ଚାନ୍ଦବାଲି: ୩୨.୭ ଡିଗ୍ରୀ 
ପାରାଦୀପ: ୩୧.୮ ଡିଗ୍ରୀ 
ଫୁଲବାଣୀ: ୩୧.୭ ଡିଗ୍ରୀ 
କେନ୍ଦୁଝର: ୩୧.୪ ଡିଗ୍ରୀ