୩ ଦିନିଆ ରିମାଣ୍ଡରେ ପାଠକ-shaksi news

ଭୁବନେଶ୍ବର( ଏସ୍ ନ୍ୟୁଜ ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା କୋଟିପତି ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ୩ ଦିନିଆ ରିମାଣ୍ଡରେ ଯିବେ । ରିମାଣ୍ଡ ନେଇ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ତେବେ ଅଭୟଙ୍କୁ ରିମାଣ୍ଡରେ ନେବାକୁ ଏସଆଇଟି ଅନୁମତି ମଗାଯାଇଥିଲା । ଅଭୟଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ଏସଆଇଟି ।

ଅନ୍ୟପଟେ ଅଭୟ ପାଠକଙ୍କ ଘରୁ ସିସିଟିଭି ଫୁଟେଜ୍‌ ଜବତ ହୋଇଛି। କିଏ କିଏ ତାଙ୍କ ଘରକୁ ଯାଇଥିଲେ ସେ ନେଇ ଛାନ୍‌ଭିନ୍‌ ଆରମ୍ଭ ହୋଇଛି।