ଭୁବନେଶ୍ବର-କଟକ ପୁଲିସ କମିସନରେଟର ନୂଆ କମିସନର”ସୋମେନ୍ଦ୍ର କୁମାର ପ୍ରିୟଦର୍ଶୀ”

ଭୁବନେଶ୍ୱର,(ଏସ୍ ନ୍ୟୁଜ):ବରିଷ୍ଠ ଆଇପିଏସ୍ ଅଧିକାରୀ ସୋମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ କଟକ-ଭୁବନେଶ୍ୱର ପାଇଁ ନୂତନ ପୋଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଏଥି ସହିତ ରାଜ୍ୟ ଆଇପିଏସସ୍ତରରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ୧୯୯୫ ବ୍ୟାଚ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀ ଭୁବନେଶ୍ବର-କଟକ ପୁଲିସ କମିସନରେଟର ନୂଆ କମିସନର ନିଯୁକ୍ତ ହୋଇଛନ୍ତି । ଏହା ପୂର୍ବରୁ ସେ କ୍ରାଇମବ୍ରାଞ୍ଚର ଅତିରିକ୍ତ ମହାନିର୍ଦ୍ଦେଶକ ଥିଲେ ।

ଟ୍ୱିନ୍ ସିଟି ପୋଲିସ୍ କମିଶନର ତଥା ୧୯୯୦ ବ୍ୟାଚ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସିଏମଡି, ଓପିଏଚ୍ଡବ୍ଲୁସି(ଗୃହ ନିର୍ମାଣ ଓ ମଙ୍ଗଳ ନିଗମ) ଭାବରେ ନିଯୁକ୍ତ ହୋଇଛନ୍ତି।

ବର୍ତ୍ତମାନର ଓପିଏଚଡବ୍ଲୁସି ସିଏମଡି ତଥା ୧୯୮୮ ବ୍ୟାଚର ଆଇପିଏସ ଏମ. ଅକ୍ଷୟଙ୍କୁ ରାଜ୍ୟ ଅଗ୍ନିଶମ ସେବା ଓ ଗୃହରକ୍ଷୀ ବିଭାଗର ମହାନିର୍ଦ୍ଦେଶକ (ଡିଜି) ନିଯୁକ୍ତ କରାଯାଇଛି ।
ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଆଇପିଏସସ୍ତରରେ ହୋଇଥିବା ଏହି ଅଦଳବଦଳ ନେଇ ସୂଚନା ଦିଆଯାଇଛି।