କୋଭିଡ୍ ପରିସ୍ଥିତି ଯୋଗୁଁ ଏବର୍ଷ ନିଜ ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କଟକ (ଏସ୍ ନ୍ୟୁଜ): କୋଭିଡ୍ ପରିସ୍ଥିତି ଭିତରେ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ବୋର୍ଡ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କୋଭିଡ୍ ଯୋଗୁଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୨୦ରୁ ୩୦ ପ୍ରତିଶତ ବଢାଯିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

ସେହିପରି ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲରେ ପରୀକ୍ଷା ଦେବେ । କୋଭିଡ୍ ଯୋଗୁଁ ସ୍କୁଲ ଗୁଡିକରେ ସାମାଜିକ ଦୂରତା ଅବଲମ୍ବନ କରି କିଭଳି ପରୀକ୍ଷା କରାଯାଇପାରିବ, ସେ ନେଇ ଯୋଜନା ପ୍ରସ୍ତୁତ କରାଯାଉଥିବା ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଚଳିତବର୍ଷ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଗତବର୍ଷ ୨ ହଜାର ୮ ଶହ ୮ଟି ପରୀକ୍ଷା କେନ୍ଦ୍ରରେ ପିଲାମାନେ ପରୀକ୍ଷା ଦେଇଥିଲେ ।