ଟାୱାର ଉପରେ ଯୁବକ, ନାକେଦମ ଅଗ୍ନିଶମ

ଟାୱାର ଉପରେ ଦୀର୍ଘ ସମୟ ଧରି …

ଟାୱାର ଉପରେ ଦୀର୍ଘ ସମୟ ଧରି ଚଢି ରହିଛନ୍ତି ଯୁବକ । ଅଗ୍ନିଶମ ବିଭାଗର ବଢ଼ାଇଛନ୍ତି ଚିନ୍ତା। ଦୀର୍ଘ ସମୟ ଧରି ଟାୱାର ଉପରେ ଜଣେ ଯୁବକ ଚଢି ରହିଛନ୍ତି । ଦୀର୍ଘ ସମୟ ଧରି ଟାୱାରରୁ ଓହ୍ଲାଉ ନଥିବାରୁ ଅଗ୍ନିଶମ ବିଭାଗର ଚିନ୍ତା ବଢ଼ାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଏହି ଘଟଣା ଦେଖିବାକୁ ମିଳିଛି। ତରଭା ସହର ମାରୱାଡି ଧର୍ମଶାଳା ପଛରେ ଥିବା ଟାୱାରରେ ଜଣେ ଯୁବକ ଚଢ଼ିଛନ୍ତି। ଦୀର୍ଘ ସମୟ ଧରି ଟାୱାର ଉପରେ ଯୁବକ ଜଣକ ଅଛନ୍ତି। ଟାୱାର ଉପରେ କାହା ସହିତ ଫୋନରେ କଥା ହେଉଥିବା ମଧ୍ୟ ଦେଖାଯାଉଛି। କିନ୍ତୁ ସେ କାହିଁକି ଟାୱାର ଉପରେ ଚଢ଼ିଛନ୍ତି ଏ ପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି।