ବିବାଦରେ ଛନ୍ଦି ହୋଇ ବଦଳିଲେ କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ବିବାଦୀୟ ବିଡ଼ିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ହୋଇଛି। ତାଙ୍କୁ ସମ୍ବଲପୁର ଜିଲ୍ଲାକୁ ବଦଳି କରାଯାଇଛି । ବୁଧବାର ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଡିଓ ପଲ୍ଲବୀ ରାଣୀଙ୍କୁ କୋଇଡା ରୁ ସମ୍ବଲପୁରକୁ ବଦଳି ପରେ ସ୍ଥାନୀୟ ତହସିଲଦାରଙ୍କୁ ବ୍ଲକର ଭାରପ୍ରାପ୍ତ ବିଡ଼ିଓ ଭାବରେ ନିୟୋଜିତ କରାଯାଇଛି ।