ଖରାରେ ସିଜୁଛି ଓଡିଶା ;ସାଢେ ୧୧ଟାରେ ଝାରସୁଗୁଡାରେ ୪୧.୪ ଡିଗ୍ରୀ

ଭୁବନେଶ୍ୱର: ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛି ସାରା ରାଜ୍ୟ । ସକାଳୁ ସକାଳୁ ଅନୁଭୂତ ହେଲାଣି ଟାଣ ଖରା । ୧୧ଟା୩୦ ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଛି । ଝାରସୁଗୁଡ଼ାରେ ପାରଦ ୪୧.୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୪୦.୨ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଚାନ୍ଦବାଲି ୩୯.୬ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତା ସହିତ ବାଲେଶ୍ୱର ୩୮.୬ଡିଗ୍ରୀ, ସମ୍ବଲପୁର ୩୮.୬ଡିଗ୍ରୀ , ହୀରାକୁଦ ୩୭.୪ଡିଗ୍ରୀ , ପୁରୀରେ ୩୪ଡିଗ୍ରୀ ଥିବା ବେଳେ ପରାଦୀପରେ ୩୩ଡିଗ୍ରୀ ଓ ଗୋପାଳପୁରରେ ୩୨.୬ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି ।