ଡିଭାଇଡରରେ ପିଟି ହେଲା କାର୍‌: ୩ ଆହତ, ଜଣେ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ବରଘାଟ ନିକଟରେ ଭାରସାମ୍ୟ ହରାଇ ଏକ କାର୍‌ ଡିଭାଇଡରରେ ପିଟିହୋଇ ଯାଇଥିବା ଜଣାପଡ଼ିିଛି । କାରରେ ବସିଥିବା ତିନି ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ ପ୍ରଥମେ ଲହୁଣୀ ପଡା ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁରୀରୁ ରାଉରକେଲା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିିଛି ।