ଇବ୍ ନଦୀପଠାରେ ହେବ ଦ୍ୱିତୀୟ ବିହାବାଏଲ୍ ଉତ୍ସବ

ସୁନ୍ଦରଗଡ଼ ସହରରେ ଦ୍ୱିତୀୟ ବିହାବାଏଲ….

ରାଉରକେଲା: ସୁନ୍ଦରଗଡ଼ ସହରରେ ଦ୍ୱିତୀୟ ବିହାବାଏଲ ଉତ୍ସବ ପାଇଁ ଜନସାଧାରଣ ତତ୍ପରତା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ୨୧ରୁ ୨୭ ଡିସେମ୍ବର ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ । ଗତବର୍ଷରୁ ଆରମ୍ଭ ହୋଇଥିବା ଏହି ଉତ୍ସବ କଟକର ପାରମ୍ପରିକ ବାଲିଯାତ୍ରା ଶୈଳୀରେ ଆୟୋଜନ କରାଯାଉଛି । ଇବ୍ ନଦୀକୂଳରେ ମହାଦେବ ପଡ଼ା ନଦୀଘାଟରେ ଅର୍ଥାତ ଇବ ନଈପଠାରେ ଏହି ଉତ୍ସବ ଆୟୋଜିତ ହୋଇଆସୁଛି ।

କିମ୍ବଦନ୍ତୀ ଅନୁସାରେ, ମହାଦେବ ପଠା ଘାଟବାଲିକୁ ପବିତ୍ର ବୋଲି ଧରାଯାଏ । ଅତୀତରେ ଏହି ଅଂଶରେ ସୁଉଚ୍ଚ ବାଲି ପଠା ଏକ ଟାପୁ ସଦୃଶ ରହିଥିଲା ।
ଶୀତଦିନେ ଏଠାରେ ବିଭିନ୍ନ ପଡ଼ା ସାହିର ପିଲାମାନେ ଆସି ବିଭିନ୍ନ ଖେଳ ଖେଳିବା, ବ୍ୟାୟାମ କରିବା, ଗୁଡ଼ି ଉଡ଼ାଇବାକୁ ପସନ୍ଦ କରୁଥିଲେ । ଚଳିତ ବର୍ଷ ମେଳାରେ ଖାଦ୍ୟପେୟ, ବୌଦ୍ଧିକ ଆଲୋଚନା ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ହେବ । ଏଥିପାଇଁ ଏକ ସଚେତନତା ଶୋଭାଯାତ୍ରା ସମସ୍ତ ଅଂଚଳର ବାସିନ୍ଦାଙ୍କୁ ନେଇ ବେଶ ଉତ୍ସାହ ଉଦ୍ଦୀପନା ଓ ଧୂମଧାମ ସହିତ ସହର ପରିକ୍ରମା କରୁଥିବା ଖବର ମିଳିଛି । ଉତ୍ସବ ଆୟୋଜକ ମଣ୍ଡଳୀ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି ।