ହାତୀ ଛୁଆର ମୃତ୍ୟୁ ଜଗିରହିଛି ମା ହାତୀ

କୋଇଡା:- ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନାଞ୍ଚଳ ଅଧିନସ୍ଥ କୁସୁମୁଣ୍ଡି ଗ୍ରାମ ନିକଟ ସାହାଣୀ ସାହି ପାର୍ଶ୍ଵ ରେ ପଡ଼ିରହିଛି ଏକ ଦନ୍ତା ହାତୀ ଛୁଆର ମୃତ୍ୟୁ ଦେହ ମୃତ୍ୟୁ ହାତୀ ଛୁଆର ବୟସ ତିନିରୁ ଚାରି ବର୍ଷ ବୋଲି ଜଣାପଡିଛି। ଘଟଣା ସ୍ଥଳର ନିକଟ ଜଙ୍ଗଲରେ ଜଗୀରହିଛି ମା ହାତୀ। ହାତୀ ମୃତ୍ୟୁ ର ଖବର ଶୁଣି ଘଟଣା ସ୍ଥଳରେ କୋଇଡା ବନବିଭାଗ ର ରେଞ୍ଜର ବଣାଇ ଏସି ଏ ଏଫ୍ କୋଇଡା ପ୍ରାଣିଧନ ଚିକିତ୍ସା ଅଧିକାରୀ ପହଞ୍ଚି ହାତୀ ଛୁଆର ମୃତ୍ୟୁ ଖୋଜୁଛନ୍ତି। ସୂଚନା ଥାଉକି ପନ୍ଦର ଦିନ ପୂର୍ବରୁ ଝିରପାଣି ଜଙ୍ଗଲରେ ଅସୁସ୍ଥ ହୋଇ ପଡ଼ିଥିଲା। ବନ ବିଭାଗ ପ୍ରାଥମିକ ଚିକିତ୍ସା କରିବାପରେ ହାତୀ ଛୁଆଟି ମା ହାତୀ ସହିତ ଜଙ୍ଗଲରେ ବୁଲାବୁଲି କରୁଥିଲା। ଆଜି କେଉଁ କାରଣରୁ ହାତୀ ଛୁଆର ମୃତ୍ୟୁ ଘଟିଲା ତାହା ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ବଣାଇ ଏସି ଏଫ୍ ସୂଚନା ଦେଇଛନ୍ତି।