ଆହାରର ପ୍ରକୃତି ସହିତ ଯେ ଘନିଷ୍ଠ ସମ୍ପର୍କ ରହିଛି ଏକଥା ଆମେ ପ୍ରକୃତିରେ ସର୍ବଦା ଦେଖିବାକୁ ପାଇଥାଉ

ବାଘ,ସିଂହ,ଚିତା, ଆଦି ମାଂସାହାରୀ ପଶୁ- କ୍ରୁର, ଆଳସୀ ଏବଂ ଅଧିକ ସମୟ ଶୋଇଥାନ୍ତି। ଏମାନେ ଶକ୍ତିଶାଳୀ ହୋଇଥିବା ସତ୍ତ୍ୱେ ଏମାନଙ୍କ ଦ୍ୱାରା କିଛିକାମ କରାଇ ହୋଇନଥାଏ। ଏହାର ବିପରୀତରେ ଶାକାହାରୀ ପ୍ରାଣୀ- ଗାଈ, ବଳଦ, ହାତୀ, ଘୋଡ଼ା, ହରିଣ, ଛେଳି, ମେଣ୍ଢା ଆଦି ଜୀବ ଅତ୍ୟନ୍ତ ସମ୍ବେଦନଶୀଳ,ପରିଶ୍ରମୀ ଏବଂ ସତତ ଜାଗୃତ ତଥା ଉପଯୋଗୀ ପ୍ରାଣୀ ଅଟନ୍ତି। ଶାକାହାରୀ ପ୍ରାଣୀମାନଙ୍କ ମଧ୍ୟରେ ଜୀବନୀଶକ୍ତି ଭରପୁର ଥାଏ।ସେମାନଙ୍କ ମଧ୍ୟରେ ଉତ୍ସାହ,ସହନ ଶୀଳତା,ସତତ ପରିଶ୍ରମ କରିବାର କ୍ଷମତା ଥାଏ ଯେଉଁ କାରଣରୁ ଘୋଡା ଓ ବଳଦ ଆଦି ଅନେକ ପରିଶ୍ରମ କରିପାରନ୍ତି। ଘୋଡା ଠିଆ ଠିଆ ହିଁ ଶୋଇଥାଏ ଏବଂ ବିଶ୍ରାମ ନେଇଥାଏ।

ମାଂସାହାରୀ ପଶୁମାନଙ୍କ ମଧ୍ୟରେ ଚିତା ସବୁ ପ୍ରାଣୀଙ୍କ ମଧ୍ୟରେ ବେଗବାନ ବୋଲି ମନାଯାଇଛି। ଘଣ୍ଟାପ୍ରତି ୧୨୦ କି.ମି. ବେଗରେ ଦୌଡ଼ିଥାଏ। କିନ୍ତୁ ଏହି ଗତିରେ ସେ କେବଳ ୫/୬ ମିନିଟ ହିଁ ଦୌଡ଼ି ପାରିଥାଏ। କିନ୍ତୁ ହରିଣ, ଘୋଡା ଆଦି ଶାକାହାରୀ ଜୀବ ଘଣ୍ଟା ଘଣ୍ଟା ଧରି ଦୌଡ଼ି ପାରିଥାନ୍ତି। ଏହି କାରଣରୁ- ଇଞ୍ଜିନ କେତେ ଅଶ୍ୱଶକ୍ତିର ବୋଲି ପଚରାଯାଏ, ଚିତାଶକ୍ତିର ନୁହେଁ।