160×600
160×600

ଯୌନ ଶୋଷଣ ମାମଲାରେ ଭାରତୀୟ କ୍ରିକେଟରଙ୍କୁ କୋର୍ଟ ସମନ

ଯୌନ ଶୋଷଣ ମାମଲାରେ ଭାରତୀୟ କ୍ରିକେଟରଙ୍କୁ କୋର୍ଟ ସମନ

ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ବିରୋଧରେ ଆଗତ ଯୌନ ଶୋଷଣ ମାମଲାରେ ସମନ ଜାରି କରିଛି ମୁମ୍ବାଇର ଏକ କୋର୍ଟ। ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସପ୍‌ନା ଗିଲ୍‌ ଭାରତୀୟ କ୍ରିକେଟରଙ୍କ ନାମର ଏକ ମାମଲା ରୁଜୁ କରିଥିଲେ। ୨୦୨୩ ମସିହାରେ ସେଲ୍‌ଫି ଉଠାଇବାକୁ କେନ୍ଦ୍ର କରି ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ କରିଥିଲେ ସପ୍‌ନା ଓ ତାଙ୍କର ସାଥୀ। ଏହି ଘଟଣାରେ ଓଶିଓ୍ବାରା ଥାନାରେ ପୃଥ୍ବୀ ମାମଲା ରୁଜୁ କରିଥିଲେ। ପରେ ସପ୍‌ନାଙ୍କ ସମେତ ତାଙ୍କର ୪ ଜଣ ସାଙ୍ଗଙ୍କୁ ପୋଲିସ୍‌ ଗିରଫ କରିଥିଲା। ଜାମିନରେ ଆସିବା ପରେ ପୃଥ୍ବୀ ଶ’ତାଙ୍କୁ ଶୋଷଣ କରିଥିବା ନେଇ ସପ୍‌ନା ପାଲଟା ଅଭିଯୋଗ କରିଥିଲେ। ପୂର୍ବରୁ କୋର୍ଟ ମାମଲାର ବିଚାର ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ବର୍ତ୍ତମାନ ପୃଥ୍ବୀଙ୍କୁ ସମନ ଜାରି କରାଯାଇଛି। ସପ୍‌ନାଙ୍କ ପ୍ରଥମ ଆବେଦନ ଖାରଜ ହୋଇଥିବା ବେଳେ ସେ ପୋଲିସ ଓ ପୃଥ୍ବୀ ଶ’ଙ୍କ ବିରୋଧରେ ମଲାଡରେ ଦ୍ୱିତୀୟ ଥର ମାମଲା ରୁଜୁ କରିଥିଲେ। ମଙ୍ଗଳବାର ଅତିରିକ୍ତ ସେସନ୍ସ ଜଜ୍‌ ଡି.ଜି. ଧୋବଲେ ଏହି ସମନ ଜାରି କରିଛନ୍ତି। ଜୁନ୍‌ ୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।

ସେଲ୍‌ଫି ନେବାକୁ କେନ୍ଦ୍ର କରି ଶୋଭିତ ଠାକୁର ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସପନା ଗିଲ୍‌ ଅନ୍ୟ ମାନଙ୍କ ସହିତ ମିଶି ପୃଥ୍ବୀଙ୍କୁ ଆକ୍ରମଣ କରିଥିଲେ। ଏକ ବେସ୍‌ ବଲ ବ୍ୟାଟରେ ଆକ୍ରମଣ କରିବା ସହିତ ଗାଡିର ଓ୍ବିଣ୍ଡ ସିଲ୍ଡ ଭାଙ୍ଗି ଦେଇଥିଲେ। ସପ୍‌ନା ବେସ୍‌ବଲ୍‌ ବ୍ୟାଟରେ ଆକ୍ରମଣ କରୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସପ୍‌ନାଙ୍କୁ ଓଶିଓ୍ବାରା ପୋଲିସ୍‌ ଷ୍ଟେସନରେ ଅଟକ ରଖାଯାଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ଗିରଫ କରାଯାଇଥିଲା। ମୁମ୍ବାଇ ବିମାନ ବନ୍ଦରର ଏକ ବିଳାସପୂର୍ଣ୍ଣ ହୋଟେଲରେ ପୃଥ୍ବୀ ରହିଥିବା ବେଳେ ଶୋଭିତ୍‌ ଠାକୁର ଏବଂ ସପନା ଗିଲ୍‌ ସେଲ୍‌ଫି ପାଇଁ ନିକଟକୁ ଆସିଥିଲେ। ସେଲ୍‌ଫି ନେବା ପରେ ମଧ୍ୟ ଉଭୟ ପୃଥ୍ବୀଙ୍କୁ ଛାଡିନଥିଲେ। ହୋଟେଲ କର୍ମଚାରୀଙ୍କ ନିକଟରେ ଅଭିଯୋଗ ପରେ ଉଭୟଙ୍କୁ ବାହାର କରାଯାଇଥିଲା। ପୃଥ୍ବୀ  ହୋଟେଲରୁ ବାହାରିବା ପରେ ଉଭୟ ଅନ୍ୟମାନଙ୍କ ସହିତ ମିଶି ଗାଡିକୁ ପିଛା କରିଥିଲେ। ଏକ ବେସ୍‌ ବଲ ବ୍ୟାଟରେ ଆକ୍ରମଣ କରିବା ସହିତ ଗାଡିର ଓ୍ବିଣ୍ଡ ସିଲ୍ଡ ଭାଙ୍ଗି ଦେଇଥିଲେ। ପୃଥ୍ବୀଙ୍କ ସାଙ୍ଗ ଆଶିଷ ଯାଦବ ଏନେଇ ଥାନାରେ ଏକ ମାମଲା ରୁଜୁ କରିଥିଲେ। ସପ୍‌ନା ଓ ଶୋଭିତ ଅଭିଯୋଗକୁ ଖଣ୍ଡନ କରିବା ସହିତ ପୃଥ୍ବୀ ଶ’ ନିଶାରେ ଥିଲେ ବୋଲି କହିଛନ୍ତି। ଏପରିକି ପୃଥ୍ବୀ ଶ’ କିଏ ମୁଁ ଜାଣିନି ଆଉ ମୁଁ ସେଲ୍‌ଫି ନେବାକୁ ପ୍ରୟାସ କରିନଥିବା କହିଥିଲେ ସପ୍‌ନା ଗିଲ୍‌।