160×600
160×600

ହିଞ୍ଜିଳି ବିଧାନସଭା ଆସନରୁ ନବୀନଙ୍କ ନାମାଙ୍କନ ଦାଖଲ

ବ୍ରହ୍ମପୁର/ଛତ୍ରପୁର,(ସାକ୍‌ସୀ ନ୍ୟୁଜ୍‌): ବିଜେଡି ସଭାପତି ତଥା ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଭରିବା ପୂର୍ବରୁ ପ୍ରଥମେ ନବୀନ ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଯାଇ ମା’ଙ୍କ ଆଶିଷ ପ୍ରାଥନା କରିଥିଲେ।

ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ ନବୀନ ପଟ୍ଟନାୟକ। ଏହି ସମୟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୃବକ୍ସି ପାତ୍ର, ଆସିକା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ, ପୋଲସରା ବିଧାୟକ ପ୍ରାର୍ଥୀ, ଗଞ୍ଜାମ ଜିଲ୍ଲାର ତୁଙ୍ଗ ନେତା ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ରହିଥିଲେ।

ନବୀନଙ୍କ ଟ୍ୱଇଟ: ମା’ ତାରାତାରିଣୀଙ୍କ ଆଶୀର୍ବାଦରେ ‘ସମୃଦ୍ଧ ଓଡ଼ିଶା’ ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରି ହିଞ୍ଜିଳି ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ସେବା ପାଇଁ ମୁଁ ସମର୍ପିତ। ବିଶ୍ଵାସ ଅତୁଟ ରଖନ୍ତୁ, ଏକ ‘ବିକଶିତ ଏବଂ ସଶକ୍ତ ଓଡ଼ିଶା’ ଗଠନର ମାର୍ଗକୁ ଆହୁରି ପ୍ରଶସ୍ତ କରିବାକୁ ଆଗେଇ ଆସନ୍ତୁ; ‘ଶଙ୍ଖ’ ଚିହ୍ନରେ ଆଶୀର୍ବାଦ କରନ୍ତୁ ।”

ସୂଚନା ଥାଉକି, ଚଳିତ ନିର୍ବାଚନରେ ନବୀନ ହିଞ୍ଜିଳିରୁ ପାର୍ଥୀ ହୋଇଛନ୍ତି। ୨୦୦୦ ମସିହାରୁ ଆସିକା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ହିଞ୍ଜିଳି ବିଧାନସଭା ଆସନରୁ ନବୀନ କ୍ରମାଗତ ବିଜୟଲାଭ କରି ଆସୁଛନ୍ତି। ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟରେ ଆସ୍କା ସମେତ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମେ’ ୨୦ ତାରିଖରେ ମତଦାନ ଅଛି। ସେଥିପାଇଁ ଗତ ୨୬ ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି।