ସୁରେଶ ମହାପାତ୍ର ଓଡିଶାର ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର(ଏସ୍ ନ୍ଯୁଜ): ଓଡିଶାର ନୂଆ ମୁଖ୍ୟ ଶାସନ ସଚିବ ହେଲେ ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ହେଲେ। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଡିସେମ୍ବର ୩୧ ତାରିଖରେ ଅବସର ନେବେ । ସେହିଦିନ ଅପରାହ୍ନରେ ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ।

ସେପଟେ ଅବସର ପରେ ଅସିତ ତ୍ରିପାଠୀଙ୍କୁ ସରକାର ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ଯ୍ୟ କରିବେ । ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ ।

ସେହିପରି ବରିଷ୍ଠ ଆଇଏଏସ୍‌ ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ବରିଷ୍ଠତା ଭିତ୍ତିରେ ଚାରି ଜଣ ଆଇଏଏସ୍‌ଙ୍କୁ ପଛରେ ପକାଇ ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି ।