ନିଜେ ଆସି ଟିକା ନିଅନ୍ତୁ ସ୍କୁଲ ଶିକ୍ଷକମାନେ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ସ୍କୁଲ ଶିକ୍ଷକଙ୍କ ଲାଗି କୌଣସି ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା ନାହିଁ । ଯେଉଁ ବୟସ ଅନୁଯାୟୀ ଟିକାକରଣ ହେଉଛି ସେହି ବୟସ ଅନୁଯାୟୀ ଶିକ୍ଷକଙ୍କୁ ଟିକା ନେବାକୁ କୁହାଯାଇଛି । ତେବେ ସ୍ୱତଃପ୍ରବୃତ ଭାବରେ ଆସି ଟିକା ନିଅନ୍ତୁ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ବିଜୟ ମହାପାତ୍ର ଏନେଇ ଅନୁରୋଧ କରିଛନ୍ତି । ସେହିପରି ଆଇସିଏମଆର ଆଣ୍ଟିବଡି ରିପୋର୍ଟ ଓ ରାଜ୍ୟ ରିପୋର୍ଟ ଭିନ୍ନ ବୋଲି କୁହାଯାଇଛି । ଆମ ରାଜ୍ୟର ସ୍ଥିତି ଆଇଏଲଏସଠାରୁ ଜାଣିବା ପରେ, ଯଦି କମ ଆଣ୍ଟିବଡି ଥିବ ତେବେ ତାହାର ବ୍ୟବସ୍ଥା କରାଯିବ । ଆଇସିଏମଆର କର୍ତ୍ତୃପକ୍ଷ କଣ ରିପୋର୍ଟ ଦେଉଛନ୍ତି ତାହାକୁ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି । ଆମର ସର୍ଭିଲାନ୍ସ ରଖିବା ହେଉଛି ଆମର ମୁଖ୍ୟ କାର୍ଯ୍ୟ । ସରକାର ଯେଉଁ ଭଳି ଭାବେ କୋଭିଡ କଟକଣା ମାନିବାକୁ କହିଛନ୍ତି ସେହିପରି ସ୍କୁଲ କର୍ତ୍ତୃପକ୍ଷ ତାହାକୁ ତଦାରଖ କରିବେ ।