ସମ୍ବଲପୁର ଗୁଟଖା କାରଖାନାରେ ଭୟାବୟ ଅଗ୍ନିକାଣ୍ଡ

ଭୁବନେଶ୍ୱର: ସମ୍ବଲପୁର ଗୁଟଖା କାରଖାନାରେ ଭୟାବୟ ଅଗ୍ନିକାଣ୍ଡ । ନିଆଁ ଲାଗିବାରୁ ଫ୍ୟାକ୍ଟ୍ରିରେ କାମ କରୁଥିବା ୨୦ କର୍ମଚାରୀ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୋମବାର ଦିନ ପ୍ରାୟ ୧୨ଟା ସମୟରେ କୌଣସି ମେସିନ୍‌ ଫାଟିଯାଇଥିବାର ଅଗ୍ନିକାଣ୍ଡ ହୋଇଛି । ସୂଚନା ଅନୁସାରେ ଏଥିରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ୫ ଜଣ ଗୁରୁତର ଥିବା ସୂଚନା ମିଳିଛି । ଅଧିକାଂଶ କର୍ମଚାରୀ ଉତ୍ତରପ୍ରଦେଶର ବୋଲି କୁହାଯାଉଛି । ସମସ୍ତଙ୍କୁ ବୁର୍ଲା ଆଶୁ ଚିକତ୍ସା ବିଭାଗରେ ଭର୍ତ୍ତି କରାଯାଇଛି ।