ଆସନ୍ତା ୨୧ତାରିଖରୁ ଆରମ୍ଭ ହେବାକୁ ଯାଉଛି ପଞ୍ଚଦଶ ତୋଷାଳି ମେଳା ।

ଭୁବନେଶ୍ବର(ଏସ୍ ନ୍ୟୁଜ): ଆସନ୍ତା ଜାନୁଆରୀ ୨୧ତାରିଖରୁ ପଞ୍ଚଦଶ ତୋଷାଳି ମେଳା ଭୁବନେଶ୍ୱରସ୍ତିତ ଜନତା ମଇଦାନରେ ଅନୁଷ୍ଠିତ ହୋଇ ଫେବ୍ରୁଆରି ୫ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା କହିଛନ୍ତି ଯେ, ସମସ୍ତ ସହଯୋଗୀ ବିଭାଗର ମିଳିତ ଉଦ୍ୟମରେ ଏହି ମେଳା ସଫଳ ହୋଇପାରିବ। ଏହି ମେଳାର ଆୟୋଜନ ଦ୍ୱାରା ବୁଣାକାର ଓ ଶିଳ୍ପୀମାନଙ୍କ ଉତ୍ପାଦର ବିକ୍ରି ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିବ। କୋଭିଡ୍‌ ନିୟମକୁ ଅନୁପାଳନ କରାଯିବା ସହ ସାମାଜିକ ଦୂରତା ରକ୍ଷା କରି ମେଳା ଆୟୋଜନ କରିବା ଉପରେ ଶ୍ରୀ ଜେନା ଗୁରୁତ୍ୱାରୋପ କରିଛନ୍ତି।ଚଳିତବର୍ଷ କୋଭିଡ୍‌ ନିୟମକୁ ଆଖିରେ ରଖି ସମୁଦାୟ ୨୫୦ଟି ଷ୍ଟଲ୍‌ କରାଯାଉଛି।ସମସ୍ତ କୋଭିଡ୍‌ ନିୟମର ଅନୁପାଳନ କରାଯାଇ ମେଳାର ଆୟୋଜନ କରାଯାଉଛି ବୋଲି ସଚିବ ଶ୍ରୀମତୀ ଶର୍ମା କହିଛନ୍ତି।