ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ଟିକାକରଣରୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ପିଲାଙ୍କୁ ଟିକା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ବିନା ଛୁଞ୍ଚିରେ ପିଲାଙ୍କୁ ଦିଆଯିବ କରୋନା ଟିକା । ୨ଟି ଯାକ ଟିକା ଶିଶୁମାନେ ନେବାକୁ ପରାମର୍ଶ ରହିଛି । ଶିଶୁମାନଙ୍କୁ ଫର୍ମା ଡେପଥ ଟେକ୍ନୋଲୋଜି ଜରିଆରେ ଟିକା ଦିଆଯିବ । ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଧ୍ୟାରେ ଭିଡିଓ କନ୍ଫରେନସିଂ ମାଧ୍ୟମରେ ତାଲିମ୍ ଦିଆଯିବ। ତେବେ ରାଜ୍ୟରେ ୨ରୁ ୧୮ ବର୍ଷ ବୟସ ଭିତରେ ୧ କୋଟି ୪୦ ଲକ୍ଷ ପିଲାଙ୍କୁ ଟିକା ଦିଆଯିବ। ଯଦି ଏକା ସଙ୍ଗେ ପିଲାଙ୍କୁ ଟିକା ଦେବା ଆରମ୍ଭ କରାଯିବ , ତେବେ ଆମକୁ ଟିକାକରଣ କେନ୍ଦ୍ର ବଢେଇବାକୁ ପଡିବ। ଯେଉଁ ମୂହୁର୍ତ୍ତରେ ନିର୍ଦ୍ଦେଶ ଆସିବ ସାଙ୍ଗେ ସାଙ୍ଗେ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିବୁ। ପିଲାମାନେ ଇଞ୍ଜେକସନ୍କୁ ଡରୁଥିବାରୁ ସେମାନଙ୍କୁ ଫାର୍ମା ଡେପ୍ଥ ଟେକ୍ନୋଲୋଜି ମାଧ୍ୟମରେ ଟିକା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ଏସଓପି ଜାରି ହେବ ।
Prev Post
Next Post