ବାଲେଶ୍ୱର କଂଗ୍ରେସ ପକ୍ଷରୁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ

ଭୁବନେଶ୍ୱର,(ଏସ୍ ନ୍ୟୁଜ)୫/୫/୨୧ :କରୋନା ମହାମାରୀ ର ଦ୍ଵିତୀୟ ଲହର ରେ ସମଗ୍ର ବାଲେଶ୍ୱର ଜିଲ୍ଲାରେ ସଂକ୍ରମଣ ର ହାର ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଲାଗିଛି। ପଶ୍ଚିମବଙ୍ଗ ରେ ଟ୍ରିପଲ୍ ମ୍ୟୁଟାଣ୍ଟ ଭୁତାଣୁ ଯୋଗୁ ଜିଲ୍ଲାର ସୀମାନ୍ତ ଅଞ୍ଚଳ ଗୁଡ଼ିକ ଏବେ ରେଡ୍ ଜୋନ୍ ରେ ସାମିଲ୍ ହେଇ ସାରିଲାଣି।ଦିନକୁ ଦିନ ପୋଜିଟିଭ୍ ଚିହ୍ନିତ ଙ୍କ ସଂଖ୍ୟାରେ ବୃଦ୍ଧି ଯୋଗୁଁ କୋଭିଡ୍ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି ହୋଇଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଭାରତୀୟ ଜାତୀୟ କଂଗ୍ରେସର ସଭାନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ଙ୍କ ଆହ୍ବାନ କ୍ରମେ  ବାଲେଶ୍ଵର ଜିଲ୍ଲାର ଜନସାଧାରଣଙ୍କ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ବାଲେଶ୍ଵର ସଂସଦୀୟ କ୍ଷେତ୍ର ର ନେତା ଶ୍ରୀଯୁକ୍ତ ନବଜ୍ୟୋତି ପଟ୍ଟନାୟକ ଙ୍କ ପ୍ରେରଣା ଏବଂ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଜିଲ୍ଲା କଂଗ୍ରେସ କମିଟି ମାଧ୍ୟମ ରେ କୋଭିଡ୍ ଆକ୍ରାନ୍ତ ମାନଙ୍କ ନିମନ୍ତେ ନିଃଶୁଳ୍କ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି। 

ବର୍ତ୍ତମାନ ସମୟ ରେ ୪ ଟି ଆମ୍ବୁଲାନ୍ସ କୁ ନେଇ ଆରମ୍ଭ ହେଇଥିବା ଏହି  ସେବା କୁ ଜିଲ୍ଲା ର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଉପଲବ୍ଧ କରିବାର ଯୋଜନା ରହିଛି ବୋଲି, ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ସଞ୍ଜୀବ ଗିରି ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ, ଗତ ବର୍ଷ ଲକ୍ ଡାଉନ୍ ସମୟରେ  ରୋଜଗାର ହରାଇଥିବା ଅଟୋଚାଳକ, ରିକ୍ସା ଚାଳକ ,ଖବରକାଗଜ ବିତରକ , ରେଳଷ୍ଟେସନ ଯାତ୍ରୀ ସହାୟକ (କୁଲି) ମାନଙ୍କୁ ଶ୍ରୀ ପଟ୍ଟନାୟକ ଶୁଖିଲା ଏବଂ ରନ୍ଧା ଖାଦ୍ୟ ଯୋଗାଣ ର ବ୍ୟବସ୍ଥା କରିଥିଲେ।କେବଳ ସେତିକି ନୁହେଁ ବାଲେଶ୍ଵର ସହର ସମେତ ଗ୍ରାମାଞ୍ଚଳ ମାନଙ୍କରେ ଏକାଧିକ ସ୍ଥାନରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କ ପେଟକୁ ଦାନା ଯୋଗାଇ ଦେଇଥିଲେ ଶ୍ରୀ ପଟ୍ଟନାୟକ।

ତାଙ୍କ ନେତୃତ୍ଵରେ ଜିଲ୍ଲା, ଛାତ୍ର, ଯୁବ କଂଗ୍ରେସ କୁ କ୍ରିୟାଶୀଳ କରି ଅନ୍ୟ ରାଜ୍ୟରେ ରହିଥିବା ପ୍ରାୟ ୩୦୦୦ ରୁ ଉର୍ଦ୍ଧ୍ବ ପ୍ରବାସୀ ମାନଙ୍କ ନିମନ୍ତେ ୩ ମାସ ରୁ ଅଧିକ ସମୟ ଧରି ଖାଦ୍ୟ ପେୟ ର ପ୍ରାବଧାନ କରିବା ସଙ୍ଗେ ସଙ୍ଗେ ୧୫୦୦ ରୁ ଉର୍ଦ୍ଧ୍ବ ଶ୍ରମିକ ଙ୍କୁ  ନିଜ ଉଦ୍ୟମରେ ଘରକୁ ଫେରେଇ ଆଣିବାର ବ୍ୟବସ୍ଥା କରିଥିଲେ। ସମ୍ପ୍ରତି କରୋନା ର ଏହି ଦ୍ଵିତୀୟ ଲହର ଅଧିକ କ୍ଷୟ କ୍ଷତି କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବାଲେଶ୍ଵର ଜିଲ୍ଲା ର ଜନସାଧରଣଙ୍କ ଅସୁବିଧା କୁ ଦୂର କରିବା ନିମନ୍ତେ  ଶ୍ରୀ ପଟ୍ଟନାୟକ ଙ୍କ ତରଫରୁ ଆରମ୍ଭ ହୋଇଥିବା କୋଭିଡ ହେଲ୍ପଲାଇନ ଏବଂ   ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଜିଲ୍ଲା ବାସୀଙ୍କ ପ୍ରତି ଏକ ମହୋଷଧୀ ରୂପେ କାମ କରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି।

ଆମ ବାଲେଶ୍ଵର ରେ କେହି କୋଭିଡ୍ ଆକ୍ରାନ୍ତ ଯେମିତି ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେବେ ନାହିଁ ଏବଂ ପାରୁ ପର୍ଯ୍ୟନ୍ତ ବାଲେଶ୍ଵର ବାସୀ ଙ୍କୁ ସେବା ଯୋଗାଇଦେବା, ଆମର ଲକ୍ଷ୍ୟ ବୋଲି ଶ୍ରୀ ପଟ୍ଟନାୟକ ମତପ୍ରକାଶ କରିଛନ୍ତି।