ଫୋନଟ୍ୟାପିଂ ଓ ହ୍ୱାଟସ୍‌ଆପ ହ୍ୟାକିଂକୁ ବିରୋଧ କଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ) ତା ୨୬.୭:- ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଇସ୍ରାଇଲି ଆପ୍ ପେଗାସସ୍ ସ୍ପାଇୱେର ମାଧ୍ୟମରେ ପୂର୍ବତନ ନ୍ୟାୟାଧିଶ, ରାଜନେତା, ମନ୍ତ୍ରୀ, ବରିଷ୍ଠ ସାମ୍ବାଦିକ, ସାମାଜିକ କର୍ମୀ ଓ ଉଦ୍ୟୋଗପତିଙ୍କର ଫୋନ କଲ ଓ ହ୍ୱାଟସ୍‌ଆପ ଉପରେ ଗୁଇନ୍ଦାଗିରିରେ କେନ୍ଦ୍ର ବିଜେପି ସରକାରଙ୍କ ସଂପୃକ୍ତି ନେଇ ଆଜି ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ସହ ମୋଦି ଓ ଶାହାଙ୍କର କୁଶପୁତଳିକା ଦାହ କରାଯାଇଛି ।
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶଙ୍କ ନେୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ କଳା ପୋଷାକରେ କଂଗ୍ରେସ ଭବନରୁ ର‌୍ୟାଲିରେ ବାହାରି ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତଳିକା ଦାହ କରିଥିଲେ । ଶ୍ରୀ ଦାଶ କହିଥିଲେ ଯେ ଇସ୍ରାଇଲି କମ୍ପାନୀର ସପ୍ଟୱେର ପେଗାସସ୍ ସ୍ପାଇୱେର ମାଧ୍ୟମରେ କେନ୍ଦ୍ର ସରକାର ନିଜ ସ୍ୱାର୍ଥ ଚରିତାର୍ଥ ପାଇଁ କଲ ଓ ହ୍ୱାଟସ୍‌ଆପ ଟ୍ୟାପିଂ ଆମର ମୌଳିକ ଓ ନାୟିକ ଅଧିକାରକୁ କ୍ଷ୍ୟୁର୍ଣ୍ଣ କରିଛି । ଏହାର ନ୍ୟାୟିକ ତଦନ୍ତ ସବୋର୍ଚ୍ଚ ନ୍ୟାୟଳୟ ତତୋବଧନାରେ କରାଯାଇ ଏହି ଅଗଣତାନ୍ତ୍ରିକ କୁତ୍ସିତ କାର୍ଯ୍ୟରେ ଲିପ୍ତ ସମସ୍ତ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯାଉ । ଏହି ପରୀପ୍ରେକ୍ଷୀରେ ଶ୍ରୀ ଦାଶ କହିଥିଲେ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଅଜାଣତରେ ଏସବୁ ଅସମ୍ଭବ ତେଣୁ ଗୃହମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ । ପ୍ରତେକ୍ଷ କିମ୍ବା ପରୋକ୍ଷରେ ତାଙ୍କର ଏଥିରେ ସଂପୃକ୍ତିକୁ ଏଡ଼ାଇ ହେବ ନାହିଁ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଉପସଭାପତି ଶ୍ରୀ ସୁବ୍ରତ ମହାପାତ୍ର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ଶିବାନନ୍ଦ ରାୟ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ମନୋରଞ୍ଜନ ଦାଶ ଯୋଗଦେଇ ଅନୁରୂପ ଭାବେ ବିଜେପି ଶାସିତ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଜେନା, ଅଶୋକ ଦାସ, ବ୍ରହ୍ମାନନ୍ଦ ସାହୁ, ଅନୁୱର ଖାନ୍‌, ଦେବରାଜ ମିଶ୍ର, ଶ୍ରୀଧର ବଳିଆରସିଂ, ମିହିର ଆଚାର୍ଯ୍ୟ, ଆଫତାବ ଅଲ୍ଲି, ଇନ୍ଦ୍ରଜିତ ପରିଡ଼ା, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ରଞ୍ଜିତ ପାତ୍ର, ଜୟକୃଷ୍ଣ ମଲ୍ଲିଆ, ସ୍ୱାଧୀନବାଳା ଦାସ, ଶ୍ରେୟାସ୍ମିତା ପଣ୍ଡା, ପ୍ରଭାବତୀ ପଟ୍ଟନାୟକ, ଚୈତାଳି ପଟ୍ଟନାୟକ, ସୁଭଦ୍ରା ମିଶ୍ର, ନିଳମଣୀ ମିଶ୍ର, ସୁବ୍ରତ ସେନାପତି, ସୌମେନ୍ଦ୍ର ମହାନ୍ତି, ରଜନୀ ମହାନ୍ତି, ଦୀପକ କୁମାର ମହାପାତ୍ର, ଦେଓ ପ୍ରସାଦ, ସଂଜିବ ମହାନ୍ତି, ନାସିର ଖାନ୍‌, ରାଜକିଶୋର ବାରିକ, ପ୍ରଦୀପ ନନ୍ଦ, ନରୋତମ ବେହରା, ଶଙ୍କର ନାୟକ, ଦେବାଶିଷ ଦାସ, ନିଆଜୁଲ ଇସ୍‌ଲାମ, ସେକ ତାକୱିମ, ଖଗେଶ୍ୱର ମଲ୍ଲିକ, ଏମଡି ଶାହାଦୁଲ୍ଲା, ଚନ୍ଦ୍ରଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।