ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ପାଳିତ

ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଅବସରରେ ମଙ୍ଗଳବାର …

ଭୁବନେଶ୍ୱର: ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ଅବସରରେ ମଙ୍ଗଳବାର ଓଡ଼ିଶା ବିଧାନସଭା ନିକଟରେ ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ବାଚସ୍ପତି ମହୋଦୟା। ବାଚସ୍ପତି କହିଥିଲେ, ସନ୍ଥକବି ଭୀମଭୋଇ ହେଉଛନ୍ତି ଆମ ଓଡ଼ିଆ ଜାତି ପାଇଁ ଆଦର୍ଶ।

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ, ଏହି ମହାନ ଚିନ୍ତାଧାରା ଓ ସନ୍ଥକବିଙ୍କ ନୀତିବାଣୀ ଆଜି କୋଟି କୋଟି ଲୋକଙ୍କୁ ପ୍ରେରିତ କରିଛି। ସନ୍ଥକବି ଭୀମଭୋଇଙ୍କର ଜନ୍ମ ଜୟନ୍ତୀ ଅବସରରେ ମୁଁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଓଡ଼ିଶାର ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ତାଙ୍କ ଆଗରେ ବିଶିଷ୍ଟ ଲୋକମାନେ ଠିଆ ହୋଇ ଫଟୋ ଉଠାଇବା ଏକ ସରକାରୀ ପରମ୍ପରାରେ ପରିଣତ ହୋଇଯାଇଛି।

ସେହି ସୁଯୋଗକୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓଡ଼ିଶା ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଦେବଯାନୀ ଭୂୟାଁ ଉଚିତ ସଦୁପଯୋଗ କରିଛନ୍ତି।