ଜଗନାଥ ମନ୍ଦିର ପାଇଁ ୨୦୨ କୋଟିର ବଜେଟ୍

ପୁରୀ(ଏସ୍ ନ୍ୟୁଜ) :ପୁରୀ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି । ୨୦୨୧-୨୨ ବର୍ଷ ଲାଗି ୨୦୨ କୋଟିର ବଜେଟ୍ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ଅର୍ଥ ସବକମିଟି । ରଥ ପାଇଁ ୧୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ସେବାୟତ ଚିକିତ୍ସା ସୁବିଧା ପାଇଁ ୫୦ ଲକ୍ଷ ବ୍ୟୟ ବରାଦ ହୋଇଛି । ସେବାୟତ ସହାୟତା ପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ହୋଇଛି । ଏହା ସହ ୨ଟି ଧର୍ମଶାଳା କାମ ଶେଷ ହୋଇଛି । ଗୋଟିଏ ନୂଆ ଭକ୍ତ ନିବାସ ପ୍ରତିଷ୍ଠା ହେବ । ଖଣି ଖାଦାନରୁ ୧୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରାଯିବ । ୨୦୨୩ ରଥଯାତ୍ରା ପୂର୍ବରୁ ସ୍ଥାୟୀ ଜମା ହଜାରେ କୋଟି କରିବାକୁ ଉଦ୍ୟମ କରାଉଛି । ବଡଦାଣ୍ଡ ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ କଡା ପଦକ୍ଷେପ ମଧ୍ୟ ନିଆଯିବ । ଏନଜିସିକୁ ସୁରକ୍ଷା ବ୍ୟବସ୍ଥା ନେଇ ଅବଗତ କରାଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।