ଜାନୁଆରି୨୦ରୁ ଆରମ୍ଭ ହେବ ଶିଶୁ ଜନସଂପର୍କ ଅଭିଯାନ

ପୁରୀ(ଏସ୍ ନ୍ୟୁଜ): ଶିଶୁ ଜନସଂପର୍କ ଅଭିଯାନ ଜାନୁଆରି ୨୦ରୁ ଆରମ୍ଭ ହେବାକୁ ଯାଉଛି ।ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏହି କାର୍ଯ୍ୟକ୍ରମକୁ ପୁରୀରୁ ଶୁଭାରମ୍ଭ କରିବାକୁ ଯାଉଛି । ପ୍ରଥମପର୍ଯ୍ୟାୟରେ ଏହି ଅଭିଯାନ ପୁରୀର କଣାସ, ପିପିଲି ଓ ଡେଲାଙ୍ଗ ବ୍ଲକ୍‌ରେ ହେବ ।

ପରେ ଏହି ଅଭିଯାନ ଭୁବନେଶ୍ବରର ସବୁ ବସ୍ତି ଓ ଅନ୍ୟ ଜିଲ୍ଲାରେ ଚାଲିବ । ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି ଯେ କୋଭିଡ ବେଳେ ଘରେ ଥିବା ଶିଶୁଙ୍କ ମାନସିକ ଅସ୍ଥିରତା ଦୂର ପାଇଁ ଏପରି କରାଯିବ । ଶିଶୁଙ୍କ ଅଭିଯୋଗ ଶୁଣାଣି ସହ ସମାଧାନର ପ୍ରୟାସ କରିବ ଆୟୋଗ ।