160×600
160×600

ବରିଷ୍ଠ ସାମ୍ବାଦିକ ମନୀଷ ହତ୍ୟା ମାମଲାରେ କନଷ୍ଟେବଲ ନିଲମ୍ବିତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ମାମଲାରେ କମିଶନରେଟ ପୋଲିସର କନଷ୍ଟେବଲ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରାଯାଇଛି । ପ୍ରସନ୍ନ ବେହେରା ହେଉଛନ୍ତି ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଲ ସଂଘର ସମ୍ପାଦକ । ଆଡିସନାଲ ଡିସିପିଙ୍କ ତଦନ୍ତ ଆଧାରରେ ପ୍ରସନ୍ନଙ୍କୁ ଡିସିପି ନିଲମ୍ବନ କରିଛନ୍ତି । ବିଳମ୍ବିତ ରାତି ଯାଏଁ ବାର୍ ଚଳାଇବା ଅଭିଯୋଗରେ ନିଲମ୍ବନ କରାଯାଇଛି । ପ୍ରସନ୍ନଙ୍କ ବିରୋଧରେ ନିୟମ ଭଙ୍ଗ ଓ କର୍ତ୍ତବ୍ୟରେ ଅବହେଳା କରିବାର ଅଭିଯୋଗ ହୋଇଛି । ଭାଇଙ୍କ ନାଁରେ ଲିଜ୍ ନେଇ ପ୍ରସନ୍ନ ସାଉଟ୍ ସିଟି ବାର୍ ଚଳାଉଥିବା ଅଭିଯୋଗ ହୋଇଛି ।